Advertisment

ବିଜେଡିରେ ଜଳ ଜଳ ଗୋଷ୍ଠି କନ୍ଦଳ ! ବିଭିନ୍ନ ସ୍ଥାନରେ ପାରାଲାଲ ପ୍ରତିଷ୍ଠା ଦିବସ ପାଳନ

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ?

BJD

BJD

Advertisment

୨୭ ତମ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇଟି ଚିତ୍ର । ଗୋଟିଏ ପଟେ ଶଙ୍ଖଭବନରେ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନେତାଙ୍କ ଶପଥ ପାଠ। ଅନ୍ୟପଟେ ରାଜ୍ୟ ତମାମ ବିଦ୍ରୋହୀଙ୍କ ସମାନ୍ତରାଳ ପ୍ରତିଷ୍ଠା ଦିବସ । ଚରମରେ ଗୋଷ୍ଠୀ କନ୍ଦଳ। ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଗୋଠ ଖଣ୍ଡିଆ ହୋଇ ଏକାଧିକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ଟେନସନରେ ସୁପ୍ରିମୋ।

Advertisment

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବାଚନ ମଣ୍ଡଳୀ କାକଟପୁରରେ ଦେଖିବାକୁ ମିଳିଛି ସମାନ ଚିତ୍ର । ଚନ୍ଦ୍ରଭାଗାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଭିନ୍ନ ଭିନ୍ନ ସମୟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କାକଟପୁରର ପୂର୍ବତନ ବିଧାୟକ ସୁର ସେଠୀଙ୍କ ମାଲ୍ୟାର୍ପଣ ପର୍ବ । କେବଳ ସେତିକି ନୁହେଁ ରକ୍ତଦାନ, ବେଳାଭୂମି ସଫେଇ ମଧ୍ୟ ପୃଥକ ପୃଥକ ଭାବେ ଆୟୋଜନ କରିଥିଲେ ଦୁଇ ନେତା।

ଠିକ୍‌ ସେମିତି ଚିତ୍ର ଦେଖିବାକୁ ମିଳିଛି ନୀଳଗିରିରେ । ସ୍ଥାନ ସମାନ, କାର୍ଯ୍ୟକ୍ରମ ବି ସମାନ। ହେଲେ ସମୟ ଭିନ୍ନ ଆଉ ନେତୃତ୍ୱ ଭିନ୍ନ । ପ୍ରଥମେ ନୀଳଗିରି ଜଗନ୍ନାଥ ମନ୍ଦିରରୁ ବାଇପାସ ବିଜୁଙ୍କ ପ୍ରତିମୂର୍ତ୍ତି ଯାଏଁ ଗଣ ଦୌଡ଼ କରିଥିଲେ ଟିକେଟ୍ ଲବିରେ ଥିବା ବିଜେଡି ନେତା ଶୁଭେନ୍ଦୁ ମଙ୍ଗରାଜ। ଆଉ ତାର ୩୦ ମିନିଟ ପରେ ନିଜ ଗୋଷ୍ଠୀକୁ ଧରି ଆଉ ଏକ ଗଣଦୌଡ଼ କରିଥିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ।

Advertisment

ସୋର ନିର୍ବାଚନ ମଣ୍ଡଳୀରେ ବି ସମାନ ସ୍ଥିତି। ବିଧାୟକ ପର୍ଶୁରାମ ଧଡା ଏବଂ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ସମାନ୍ତରଳ ପ୍ରତିଷ୍ଠା ଦିବସ। ଅବଶ୍ୟ ସ୍ଥାନ ଅଲଗା। ସୋରରେ ବିଧାୟକ ଆଉ ବାହାନଗା ଖରାସାହାପୁର ଠାରେ ବିରୋଧୀ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ।

ସେହିଭଳି ଜଗତସିଂହପୁର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବି ଦେଖାଯାଇଛି ସମାନ ସ୍ଥିତି। କରକେଇ ହାଟ ପଡିଆରେ ବିଧାୟକ ରଘୁନନ୍ଦନ ଦାସ ଓ ଆମ୍ବସାଳ କଲ୍ୟାଣ ମଣ୍ଡପରେ ବିଜେଡି ନେତା ସଞ୍ଜୀବ ବିଶ୍ୱାଳଙ୍କ ରକ୍ତଦାନ ଶିବିରର ଆୟୋଜନ। ଖାଲି କାର୍ଯ୍ୟକ୍ରମ ଅଲଗା ନୁହେଁ ପରସ୍ପର ବିରୋଧରେ ବୟାନବାଜିରେ ବି ଲାଗିଥିଲେ ଏ ଦୁଇ ନେତା।

Advertisment

ଖାଲି ଉପକୂଳ ନୁହେଁ ପଶ୍ଚିମ ଓଡିଶାରେ ବି ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ। ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ବେହେରାଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ସମାନ୍ତରାଳ ଭାବେ ନିହାରଙ୍କ ନେତୃତ୍ୱକୁ ବିରୋଧ କରି ଲୋଇସିଂହାରେ ପ୍ରତିଷ୍ଠା ଦିବସ ପାଳିଥିଲେ ବିରୋଧୀ ଗୋଷ୍ଠୀ।

ବିଦ୍ରୋହ ପାଇଁ ପ୍ରଥମଥର ପାଇଁ ଧାମନଗର ଉପନିର୍ବାଚନରେ ପରାଜୟ ଦେଖିଥିଲା ବିଜେଡି। ଆଉ ଏବେ ନିର୍ବାଚନ ପାଖଉ ଥିବା ବେଳେ ପ୍ରତିଷ୍ଠା ଦିବସରୁ ଫୁଟି ବାହାରୁଥିବା ଏ କନ୍ଦଳ, ଦଳ ପାଇଁ ବିରୋଧୀଙ୍କୁ ମୁକାବିଲା ତୁଳନାରେ ଅଧିକ ଆହ୍ୱାନ ସୃଷ୍ଟି କରିପାରେ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ