Advertisment

ମୌକା ଦେଖି ଚୌକା ମାରିବାରେ ଧୁରନ୍ଧର ନୀତୀଶ : ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ରାସ୍ତା ଏକପ୍ରକାର ସଫା !

ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ବଦଳାଇଛନ୍ତି ନାଆ

author-image
Prangyan Parimita
ଅଦ୍ୟତନ ହୋଇଛି
Nitish Kumar

Nitish Kumar

ସତରେ କଣ ମିଳିତ ବିରୋଧୀ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ହେବାକୁ ନାହିଁ ନୀତୀଶଙ୍କ ଇଚ୍ଛା ? ଗତକାଲି ନୂଆଦିଲ୍ଲୀରେ ନୀତୀଶ ଖୋଲାଖୋଲି ଏନେଇ ନା କହିଥିଲେ ବି, ଥମୁନି ଚର୍ଚ୍ଚା । ଯଦି ନୀତୀଶ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ହେବା ଲାଗି ଇଚ୍ଛୁକ ନୁହନ୍ତି, ତେବେ କଣ ପାଇଁ ଛାଡିଲେ ଏନଡିଏ ହାତ? ତେଣେ ମହାଗଠବନ୍ଧନ ସରକାରର ନେତୃତ୍ୱ ନେବା ପରେ ନୀତୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଦେଇଥିବା ବୟାନ ବି ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ । ଯେତେ ନା କହିଲେ ମଧ୍ୟ, ଯେତେ ସଫେଇ ଦେଲେ ମଧ୍ୟ, ୨୦୨୪ରେ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ହେବା ନେଇ ତାଙ୍କର ଅଭିଳାଷ ଥିବା କୁହାଯାଉଛି ।

Advertisment

ମୌକା ଦେଖି ଚୌକା ମାରିବାରେ ନୀତୀଶ ଧୁରନ୍ଧର । ଏହା କାହାକୁ ଅଛପା ନାହିଁ । ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦୃଷ୍ଟିରୁ ରଖି ନୀତୀଶ ନାଆ ବଦଳାଇଥିବା କୁହାଯାଉଛି । ପୂର୍ବରୁ ମିଳିତ ବିରୋଧୀ ମେଣ୍ଟ କଥା ଉଠିଲେ ଗାନ୍ଧୀ ପରିବାର, ପୋଖତ ରାଜନେତା ଶରଦ୍ ପାଓ୍ୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ନୀତୀଶଙ୍କ ପାଇଁ ରାସ୍ତା ପରିଷ୍କାର କାରଣ । ସ୍ୱାସ୍ଥ୍ୟଗତ କାରଣରୁ ଶରଦ୍ ପାଓ୍ୱାର ଅଧିକ ଦିନ ସକ୍ରୀୟ ରାଜନୀତିରେ ରହିବା ସମ୍ଭାବନା କମ୍ ।

ଏଣେ ଦୁର୍ନୀତି ମାମଲାରେ ଦଳର ଜଣଙ୍କ ପରେ ଜଣେ ନେତା ଗିରଫ ହେଉଥିବାରୁ ହରଡ଼ଘଣାରେ ପଡିଛନ୍ତି ମମତା ଦିଦି । ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରେ ଦିଦିଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ । ଏହା ମମତାଙ୍କ ରାଜନୈତିକ ମହତ୍ୱାକାଂକ୍ଷା ରାସ୍ତାରେ ବାଧାକ ସାଜିବା ଆଶଙ୍କା କରାଯାଉଛି ।

Advertisment

ସେହିପରି ସୋନିଆ ଓ ରାହୁଲ ନ୍ୟାସନାଲ ହେରାଲ୍ଡ ଖବର କାଗଜ ମାମଲାରେ ଅଡ଼ୁଆରେ ଫସିଛନ୍ତି । ଆଉ ଏହି ସୁଯୋଗ ଦେଖି ନୀତୀଶ ହଠାତ୍ ପଟ ପରିବର୍ତ୍ତନ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ପୂରଣ ହୋଇ ପାରିବ କି ନୀତୀଶଙ୍କ ସ୍ୱପ୍ନ? ବାଟ ଛାଡିବେ କି ମମତା ଦିଦି ଓ ଗାନ୍ଧୀ ପରିବାର? ତେଣେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ବାଦ୍ ଦେଇ ମୋଦିଙ୍କ ସହ ଲଢିବାକୁ ଏକଜୁଟ୍ ହୋଇପାରିବେ କି ବିରୋଧୀ? ବିରୋଧୀଙ୍କ ମଶାଲ ବାହକ ସାଜି ଆସିଥିବା ମମତା ବାନାର୍ଜୀ ଜାତୀୟ ରାଜନୀତିରୁ ନିଜକୁ ସଂପୂର୍ଣ୍ଣ ଦୂରେଇ ରଖିପାରିବେ ତ?

ତେଣେ ରାଷ୍ଟ୍ରପତି ହେଉ କି ଉପରାଷ୍ଟ୍ରପତି ନିର୍ବାଚନ ବାରମ୍ବାର ବିରୋଧୀ ଶିବିରରେ ଦେଖିବାକୁ ମିଳିଛି ଫାଟ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପଦ ହୋଇଥିବାରୁ ଆଗକୁ ଆହୁରି ଆଶାୟୀଙ୍କ ଆବିର୍ଭାବ ହେବା ସମ୍ଭାବନା ବି ରହିଛି । ତେଣୁ ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ବିଶ୍ୱାସ ଜିତି, ନିତିଶ କୁମାର ମୋଦିଙ୍କ ଚ୍ୟାଲେଞ୍ଜର୍ ହେବାରେ କେତେ ସମର୍ଥ ହେବେ, ତାହା ସମୟ ଆସିଲେ ହିଁ ଜଣାପଡିବ ।

Nitish Kumar
Advertisment
Advertisment