Naveen Patnaik
ଚବିଶ ନିର୍ବାଚନରେ ନିଜ ସିଟ୍ ନେଇ କିଛି ଚକମା ଦେଖାଇବେ କି ନବୀନ ? ରାଜନୈତିକ ମହଲରେ ଚର୍ଚ୍ଚା, ଆସନ୍ତା ନିର୍ବାଚନ ନବୀନ ଶ୍ରୀକ୍ଷେତ୍ର ପୁରୀରୁ ଲଢିପାରନ୍ତି। ଏହି ଚର୍ଚ୍ଚାକୁ ଖୋରାକ୍ ଦେଇଛି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ। ରାମକୃଷ୍ଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ। ଗତ ନିର୍ବାଚନରେ ବି ନବୀନ ଦୁଇଟି ଆସନରୁ ଲଢ଼ିଥିଲେ। ଏଥର ବି ସେହି ଫର୍ମୁଲାରେ ପୁରୀକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ। ଦଳର ପ୍ରତିଷ୍ଠା ଦିବସ ସମାରୋହ, ପୁରୀରେ କ୍ୟାବିନେଟ୍ ବୈଠକର ଆୟୋଜନ,
୧୯ରେ ପୁରୀରୁ କାଳିଆ ଯୋଜନାର ଶୁଭାରମ୍ଭ କଥା ଦେଖିଲେ ନବୀନ ପୁରୀରୁ ଲଢିବା ପାଇଁ ଏକ ପ୍ରକାର କ୍ଷେତ୍ର ପ୍ରସ୍ତୁତି କଥା ଚର୍ଚ୍ଚା ହେଉଛି। ସେହିଭଳି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିସେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି। ଏମିତିକି ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ପୁରୀରୁ ଲଢିବା ପାଇଁ ନବୀନଙ୍କ ପାଇଁ କ୍ଷେତ୍ର ଅନୁକୂଳ ରହିଥିବା ଚର୍ଚ୍ଚା ବି ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697114468.jpg)