Advertisment

ଟିକେଟ କସରତ୍ ବେଳେ ଗ୍ରାଉଣ୍ଡରେ ବିଗିଡି ଚାଲିଛି ବିଜେଡି ଅଙ୍କ

ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।

undefined

Odisha Politics

Advertisment

ନବୀନ ନିବାସରେ ଚାଲିଛି ଟିକେଟ ସମୀକ୍ଷା। ତାସହ ତାଳ ଦେଇ ତେଜୁଛି ବିଦ୍ରୋହ । ରାଜ୍ୟର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି କିଛି ଏମିତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ତ ବିଦ୍ରୋହ ଚରମ ସୀମାରେ। ଆସିକା ନିର୍ବାଚନ ମଣ୍ଡଳୀରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ତାଙ୍କ ପୁଅ ନଚିକେତା ସ୍ୱାଇଁଙ୍କୁ ଜୋରଦାର ବିରୋଧ ଜାରି ରହିଛି। ମା-ପୁଅ ହଟାଅ ମଞ୍ଚ ଗଠନ କରି ପୁଣି ମେଳି କରିଛନ୍ତି ମଞ୍ଚର ଆବାହକ ଭବାନୀ ଶଙ୍କର ମଲ୍ଲିକ। ବିଧାୟିକା କି ତାଙ୍କ ପୁଅଙ୍କୁ ଟିକେଟ ନଦେବାକୁ ଦଳପତିଙ୍କ ନିକଟରେ ଦାବି କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ।

Advertisment

ସେପଟେ କଂଗ୍ରେସ ଖାତାକୁ ଯାଇଥିବା ସାନଖେମୁଣ୍ଡିରେ ମଧ୍ୟ ବିଜେଡି କନ୍ଦଳ ତୀବ୍ରରୂପ ଧାରଣ କରିଛି । ମେଳି ବାନ୍ଧିଛନ୍ତି ସାନଖେମୁଣ୍ଡି ବ୍ଲକର କିଛି ସରପଞ୍ଚ, ସମିତି ସଭ୍ୟ ଓ ବିଜେଡି କର୍ମୀ। ପୂର୍ବତନ ବିଧାୟିକା ତଥା ଏଥରର ଦାବିଦାର ନନ୍ଦିନୀ ଦେବୀଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେବାକୁ ସୁପ୍ରିମୋଙ୍କୁ ଜଣାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବାଲେଶ୍ୱରରେ ବି ସମାନ ସ୍ଥିତି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ, ବିଧାୟକ ସ୍ୱରୂପ ଦାସଙ୍କୁ ପାନେ ଦେବାକୁ ମେଳି କରିଛନ୍ତି। ଯେଉଁଥିରେ ସାମିଲ ହୋଇଥିଲେ ରବୀନ୍ଦ୍ରଙ୍କ ସମର୍ଥକ ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷ ସବିତା ସାହୁଙ୍କ ସମେତ କିଛି କାଉନିସଲର ଓ ସରପଞ୍ଚ।

Advertisment

ନିର୍ବାଚନୀ ବିଗୁଲ ବାଜି ସାରିଛି। ବିଜେପି ୧୮ ଲୋକସଭା ସିଟ୍ ଲାଗି ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ମାତ୍ର ବିଜେଡି ଏଯାଏ ଅଙ୍କ କଷୁଛି। ୧୭ ସଂସଦୀୟ କ୍ଷେତ୍ରର ସମୀକ୍ଷା ମୁଖ୍ୟମନ୍ତ୍ରୀ କରିସାରିଥିବା ବେଳେ ଗୋଟିଏ ସିଟ୍ ପାଇଁ ବି ନାଁ ଘୋଷଣା ହୋଇନି। କୁହାଯାଉଛି ସମସ୍ତ ୨୧ ସଂସଦୀୟ କ୍ଷେତ୍ରର ସମୀକ୍ଷା ଶେଷ ହେବା ପରେ ୨୭ - ୨୮ ତାରିଖ ଆଡକୁ ପ୍ରାର୍ଥୀ ଘୋଷଣା ହୋଇପାରେ।

ସେପଟେ ବିରୋଧୀଙ୍କ ଯୁକ୍ତି ଗଦା ଗଦା ଆଶାୟୀ ଓ ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ଏବେ ଅଡୁଆରେ। କାହାକୁ କେମିତି ମ୍ୟାନେଜ୍ କରିବେ ତାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ। ଯେଉଁଥିପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିପାରୁନାହିଁ। ଅନ୍ୟପଟେ କଂଗ୍ରେସ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ପିସିସି ସଭାପତି।

Advertisment

ଚର୍ଚ୍ଚା ହେଉଛି ନବୀନ ନିବାସକୁ ଡକରା ପାଉଥିବା ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଟିକେଟ ପାଇଁ ସଂକେତ ମିଳିସାରିଛି। ଦେଖିବାକୁ ବାକି ରହିଲା ଗୋଷ୍ଠୀ କନ୍ଦଳ ଦେଖାଦେଉଥିବା ନିର୍ବାଚନ ମଣ୍ଡଳୀ ପାଇଁ କେମିତି ରଣନୀତି ଆପଣାଇ କେତେଶୀଘ୍ର ଟିକେଟ ଘୋଷଣା କରୁଛନ୍ତି ବିଜେଡି ସୁପ୍ରିମୋ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ