Advertisment

ସଫଳ ହେଲା ବିଜେପିର MP ଫର୍ମୂଲା, ଓଡ଼ିଶାରେ ବି ବିଜେପି ଆପଣାଇବ କି ସାଂସଦ ଫର୍ମୂଲା ?

ଓଡ଼ିଶାରେ ସାଧାରଣ ନିର୍ବାଚନରେ ଟିକେଟ ବାଣ୍ଟିବାକୁ ବିଜେପି ଆପଣାଇବ କି ଏମପି ଫର୍ମୂଲା ? ବିଧାନସଭାରେ ଲଢିବେ କି ସାଂସଦ ? ଚର୍ଚ୍ଚା ହେଉଛି ୩ ରାଜ୍ୟରେ ସଫଳତା ପଛରେ ଇଏ ବି ଥିଲା ଏକ ବଡ଼ ଷ୍ଟ୍ରାଟେଜୀ।

undefined

BJP Startegy For Odisha

Advertisment

ସଫଳ ହେଲା ବିଜେପିର ଏମପି ଫର୍ମୂଲା । ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍। ଆଉ ଏମଏଲଏ ବିଜୟୀ ସାଂସଦଙ୍କ ଭିତରୁ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ୧୦ ସାଂସଦ । ଯେଉଁମାନଙ୍କ ଭିତରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହଲ୍ଲାଦ ପଟେଲ ବି ଅଛନ୍ତି। ତେବେ ଅନ୍ୟ ଦୁଇ ନେତା ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ମଧ୍ୟ ଖୁବ୍ ଶୀଘ୍ର ସାଂସଦ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ବଡ଼ କଥା ହେଲା, ବିଧାନସଭା ବିଜୟ ପରେ ତିନି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ୩ ନୂଆ ମୁହଁକୁ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାରୁ ଏହି ହେଭିୱେଟ ସାଂସଦ ମାନେ ବି ମୁଖ୍ୟମନ୍ତ୍ରୀ ରେସରେ ଥିବା କୁହାଯାଉଛି।

Advertisment

ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଟେଜିର ଅଂଶଭାବେ ଦଳ ୨୧ ଜଣ ସାଂସଦଙ୍କୁ ବିଧାନସଭା ପାଇଁ ଟିକେଟ୍ ଦେଇଥିଲା। ସେ ଭିତରୁ କେବଳ ମଧ୍ୟପ୍ରଦେଶରେ ଲଢ଼ିଥିଲେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ୭ ସାଂସଦ । କୁହାଯାଉଛି ଏହି କୌଶଳ ବି ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଥିଲା। କାରଣ ଏହା ଦ୍ୱାରା ଦଳ ଗୋଟିଏ ଗୁଳିରେ ଏକାଧିକ ଶିକାର ଭଳି ସରକାର ବିରୋଧୀ ଜନମତର ପ୍ରଭାବକୁ କମ୍ କରିଥିଲା, ରାଜ୍ୟ ନେତୃତ୍ୱ ପ୍ରତି ଥିବା ଅସନ୍ତୋଷକୁ ପ୍ରଶମିତ କରି ପାରିଥିଲା। ମୁଖ୍ୟମନ୍ତ୍ରୀ ଦାବିଦାରିକୁ କମ କରି ଭୋଟରଙ୍କ ପାଖରେ ଏକାଧିକ ବିକଳ୍ପ ଚେହେରା ରଖିବାରେ ବି ସମର୍ଥ ହୋଇଥିଲା। କେବଳ ସେତିକି ନୁହେଁ, ସାଂସଦଙ୍କୁ ବିଧାୟକ ସିଟରେ ଲଢ଼ାଇ, ଏହାର ପ୍ରଭାବ ବଳୟକୁ ବି ଅନ୍ତତଃ ୩-୪ଟି ବିଧାନସଭା କ୍ଷେତ୍ର ଯାଏଁ ଧରି ରଖିବାରେ ଦଳ ସକ୍ଷମ ହୋଇଥିଲା। ସାଂସଦ ପଦର ଅଭିଜ୍ଞତା ଯୋଗୁଁ ଫଣ୍ଡ ପରିଚାଳନାରେ ସହାୟକ ହୋଇଥିଲା ଏହି ଷ୍ଟ୍ରାଟେଜୀ।

ତେଣୁ ଚର୍ଚ୍ଚା ହେଉଛି ଆଗକୁ ଓଡ଼ିଶାରେ ବି ଏହି ଫର୍ମୂଲା ଆପଣେଇ ପାରେ ବିଜେପି। ରାଜ୍ୟରେ ୮ ସାଂସଦଙ୍କ ମଧ୍ୟରୁ ପାଖାପାଖି ୬ ସାଂସଦଙ୍କୁ ବିଧାନସଭା ଲଢେଇପାରେ ଦଳ। ସେ ଦୃଷ୍ଟିରୁ ସାଂସଦ ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ସୂରେଶ ପୂଜାରୀ, ନୀତେଶ ଗଙ୍ଗଦେବ, ପ୍ରତାପ ଷଡଙ୍ଗୀ ଓ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କର ବିଧାନସଭା ଲଢିବାର ସମ୍ଭାବନ ଅଧିକ ଥିବା କୁହାଯାଉଛି। ସେହିପରି ରାଜ୍ୟସଭା ସାଂସଦରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ବି ଦଳ ଏଥର ଲୋକସଭାରୁ ଲଢ଼େଇପାରେ। ଅନ୍ୟପଟେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଲ୍ଲୀ ଡକରା ହୋଇଛି। ଚର୍ଚ୍ଚା ହେଉଛି ଓଡ଼ିଶା ଦଖଲ ପାଇଁ ଷ୍ଟ୍ରାଟେଜୀ ବିଷୟରେ ତାଙ୍କ ସହ ଆଲୋଚନା କରିପାରନ୍ତି କେନ୍ଦ୍ର ନେତୃତ୍ୱ ।

Advertisment

ଏସବୁ ଭିତରେ ଡିସେମ୍ବର ଶେଷ ଆଡକୁ ଓଡ଼ିଶା ଆସିପାରନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ତିନି ରାଜ୍ୟର ଫଳାଫଳକୁ ନେଇ ଉତ୍ସାହିତ ବିଜେପି ଏବେ ଓଡ଼ିଶା ଦଖଲ ପାଇଁ ପୂର୍ଣ୍ଣ ମାତ୍ରାରେ ରଣନୀତି ଆରମ୍ଭ କରୁଥିବା ଚର୍ଚ୍ଚା ହେଉଛି।

Odisha BJP Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ