Advertisment

ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ ? ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା

ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ।

Pranab Prakash Das

Pranab Prakash Das

Advertisment

ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ କି ପ୍ରଣବ ପ୍ରକାଶ ଦାସ ? ରେଢାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ। କିନ୍ତୁ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଆମେ ନେଇ ପାରିବୁନି । ଯଦି ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସାଂସଦ ପ୍ରାର୍ଥୀ କରାଯାଏ ତେବେ ଆମେ ସ୍ୱାଗତ କରିବୁ।

Advertisment

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିଧାୟକ ନାଉରି ନାୟକ କହିଛନ୍ତି, କେବଳ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି ବୟାନ ଦେଉଛନ୍ତି । ସମ୍ବଲପୁର ସହ ପଶ୍ଚିମ ଓଡ଼ିଶାରେ ଲୋକଙ୍କର ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ରହିଛି। ଆମେ ସମ୍ବଲପୁର ଲୋକସଭା ଆସନ ସହ ସମସ୍ତ ୭ଟି ବିଧାନସଭା ଆସନ ଜିତିବୁ ।

Lok Sabha Election Pranab Prakash Das Sambalpur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ