• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି କଂଗ୍ରେସକୁ ଲାଗିଲା ଝଟ୍‌କା । ଆଉ ଜଣେ ଭେଟରାନ ନେତା ଛାଡ଼ିଲେ ଦଳ। କୌଣସି ବଡ଼ ନେତା କଂଗ୍ରେସ ଛାଡ଼ିବା ନୂଆ କଥା ନୁହେଁ । କିନ୍ତୁ ଏହି ଭେଟରାନ୍ ନେତା ଦଳ ଛାଡ଼ିବା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି କଂଗ୍ରେସ ନେତା ତଥା MLA ଭାରତ ନରହା ଦଳରୁ ଇସ୍ତଫା ଦେଇଛନ୍ତି, କାରଣ ତାଙ୍କ ପତ୍ନୀଙ୍କୁ କଂଗ୍ରେସ ଦେଲାନି ଲକ୍ଷିମପୁର ଲୋକସଭା ଟିକେଟ । ତାଙ୍କ ପତ୍ନୀ ରାନୀ ନରହା ପୁର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ।

ରାନୀ ନରହାଙ୍କ ସ୍ଥାନରେ କଂଗ୍ରେସ ଉଦୟ ଶଙ୍କର ହଜାରିକାଙ୍କୁ ଲକ୍ଷିମପୁର ଲୋକସଭା ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଉଦୟଙ୍କ ଶଙ୍କର ଡିସେମ୍ବର ୨୦୨୩ରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ରାନୀ ନରହା ପୂର୍ବରୁ ୩ ଥର ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । ୧୯୯୮, ୧୯୯୯ ଏବଂ ୨୦୦୯ରେ ସେ ଏହି ଆଶନରୁ ସାଂସଦ ଭାବେ ବିଜୟ ହେବା ସହ ଥରେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ସେ ୨୦୧୨ରେ କେନ୍ଦ୍ରରେ ଉପା ସରାକାର ଥିବା ବେଳେ ଆଦିବାସୀ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

ତେବେ ଭାରତ ନରହା ଏବେ ନାଓବୋଇଛା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ଖାଲି ସେତିକି ନୁହେଁ ସେ ଆସାମ ପ୍ରଦେଶ କଂଗ୍ରେସ କମିଟିର ମିଡିଆ ସେଲ ଚେୟାରମ୍ୟାନ୍‌ ମଧ୍ୟ ରହିଥିଲେ । ସେ ପୂର୍ବରୁ ୫ ଥର ଧାକୁଆଖାନା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ୧୯୮୫ରୁ ୨୦୧୧ ଯାଏଁ ସେ ଏହି ଆସନରୁ ବିଧାୟକ ରହିସାରିଛନ୍ତି । ପରେ ଥରେ ଆସାମ ଗଣ ପରିଷଦରୁ ଏବଂ ଥରେ ସ୍ୱାଧୀନ ଭାବେ ମଧ୍ୟ ସେ ନିର୍ବାଚନ ଲଢ଼ିଛନ୍ତି । ତରୁଣ ଗୋଗୋଇଙ୍କ ସରକାର ସମୟରେ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।