Advertisment

କାହିଁକି ହୋଇପାରୁନି ରାଉରକେଲା ମହାନଗର ନିଗମ ନିର୍ବାଚନ ?

ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍‌ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rourkela Municipal Corporation Election

Why Rourkela Municipal Corporation Election Can't Be Held

ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ଦିନ ପରେ ଦିନ, ବର୍ଷ ପରେ ବର୍ଷ  ଗଡ଼ିଲା ମାତ୍ର ଆରଏମ୍‌ସି ଭୋଟ୍‌ ହୋଇପାରିଲା ନାହିଁ। ଆଗକୁ ସହରରେ ହକି ମହାକୁମ୍ଭ ହେଉବାକୁ ଥିବାବେଳେ, ସଜେଇ ହେଉଛି ଇସ୍ପାତ ନଗରୀ। ମାତ୍ର ବିଶ୍ୱକପ୍‌ ଆୟୋଜନରୁ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍‌ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି। ଏଯାଏ ରାଜ୍ୟ ସରକାର ନିର୍ବାଚନ କରି ନ ଥିବାବେଳେ ବିଶ୍ୱକପ୍‌ ସରିଲା ପରେ ନିର୍ବାଚନ କରିପାରନ୍ତି ବୋଲି ବିରୋଧୀ ଆଶଙ୍କା କରିଛନ୍ତି। ରାଜନୀତି ସମୀକ୍ଷକ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଗତ ୨୦୧୪ ମସିହାରେ ମ୍ୟୁନିସିପାଲଟିରୁ ରାଉରକେଲା ମହାନଗର ନିଗମର ମାନ୍ୟତା ପାଇଥିଲା। ହେଲେ ସହର ଏଯାଏ ଜଣେ ମେୟରକୁ ପାଇଲା ନାହିଁ। ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି।  ଏପରକି ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ବି ପାଇଛି। ଏହାରି ଭିତରେ ସହରରେ ହେବାକୁ ଯାଉଛି ହକି ବିଶ୍ୱକପ୍‌। ହେଲେ ମହାନଗର ନିର୍ବାଚନ ହୋଇନପାରିବା ଦୁର୍ଭାଗ୍ୟର ବିଷୟ ବୋଲି ଦିଲ୍ଲୀପ କହିଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି ଯେ, ହକି ବିଶ୍ୱକପ୍‌ ହେଲେ ବିଜେଡିର ଭୋଟ୍ ବ୍ୟାଙ୍କ ବଢିପାରେ। ଯାହାର ସୁଯୋଗ ନେଇ ବିଶ୍ୱକପ୍‌ ପରେ ପରେ ରାଜ୍ୟ ସରକାର ନିର୍ବାଚନ କରିପାରନ୍ତି ବୋଲି ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି। 

ସୂଚନାଥାଉ କି, ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ବରିଷ୍ଠ ନେତା ଜର୍ଜ୍ଜ ତିର୍କୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ବିଜେପି ନେତା  ନିହାର ରାୟ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ତଥାପି ନିର୍ବାଚନ ନେଇ ବାହାରି ପାରିନି ନିଷ୍କର୍ସ। ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଷୋଦଗାର କରିଛନ୍ତି। ସେପଟେ ରାଉରକେଲା ବିଧାୟକ କହିଛନ୍ତି ଯେ, ନିର୍ବାଚନ ସମ୍ପର୍କିତ ମାମଲା ଏବେ କୋର୍ଟରେ ଅଛି। ଯେତେ ଶୀଘ୍ର ଫଇସଲା ହେବ, ନିର୍ବାଚନ ବି ସେତେ ଶୀଘ୍ର ହେବ।

Advertisment
BJD Odisha Politics
Advertisment
Advertisment