Advertisment

ପିପିଲିରେ କିଏ ଜିତିବ ବାଜି, କାହାର ହେବ ହାର ?

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ।

Pipili Byelection

Pipili Byelection

Advertisment

ପୁରୀ: କାହାର ହେବ ପିପିଲି ? କିଏ ଜିତିବ ବାଜି, କାହାର ହେବ ହାର ? ସରି ସରି ଆସୁଛି ଅପେକ୍ଷା। କାଲି ଖୋଲିବ ଇଭିଏମରେ ସିଲ୍ ଥିବା ପ୍ରାର୍ଥୀଙ୍କ ଭାଗ୍ୟ।ତେଣୁ ମତ ଗଣନା ପାଇଁ ଗଣତି କେନ୍ଦ୍ରଠୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ-ସବୁଠି ଶେଷ ହୋଇଛି ପ୍ରସ୍ତୁତି। କଡା ସୁରକ୍ଷା ମଧ୍ୟରେ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସ୍ ଯେଉଁଠି ସକାଳ ୮ଟାରୁ ଆରମ୍ଭ ହେବ ଗଣନା ତିନିଟି ହଲ୍‌ରେ ହେବ ଗଣତି। ଦୁଇଟି ହଲରେ ୭ଟି ଲେଖାଏଁ ୧୪ଟି ଟେବୁଲ୍ ଓ ତୃୃତୀୟ ହଲରେ ପୋଷ୍ଟାଲ ବ୍ୟାଲାଟରେ ଗଣତି ବ୍ୟବସ୍ଥା ରହିଛି। ମୋଟ୍ ୩୪୮ଟି ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିବାରୁ ପାଖାପାଖି ୨୫ ରାଉଣ୍ଡର ଗଣତି ହେବ। ଭୋଟ୍ ଗଣନାରେ ୬୨ ଜଣ କର୍ମଚାରୀ ସାମିଲ ହେବେ।

Advertisment

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଏପଟେ ଗଣତି ବେଳ ପାଖେଇ ଆସୁଥିଲା ବେଳେ ଫଳାଫଳକୁ ନେଇ ଧଡ଼ଧଡ଼ ପ୍ରାର୍ଥୀଙ୍କ ଛାତି। ଉପନିର୍ବାଚନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ଲଢୁଥିବା ବେଳେ ଅସଲ ଲଢ଼େଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ। ତେଣୁ ଫଳକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।

Advertisment

ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଏ ଆସନ ଲାଗି ବିଭିନ୍ନ କାରଣରୁ ଦୁଇ ଦୁଇଥର ସ୍ଥଗିତ ରହିବା ପରେ ଏଥର ସୁରୁଖୁରୁରେ ହୋଇଛି ଉପନିର୍ବାଚନ। ୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଗଡ଼ ବଜାୟ ରଖିଥିଲେ ପ୍ରଦୀପ। ହେଲେ ତାଙ୍କ ଅବର୍ତ୍ତମାନରେ ଉପନିର୍ବାଚନ ଫଳ କଣ ହେଉଛି ଏବଂ ଏହା ରାଜ୍ୟ ରାଜନୀତି ପାଇଁ କି ସନ୍ଦେଶ ଦେଉଛି ଏବେ ତା ଉପରେ ରାଜ୍ୟବାସୀଙ୍କ ନଜର।

ରିପୋର୍ଟ: ଦ୍ୱିତୀକୃଷ୍ଣ ପଟ୍ଟନାୟକ, ମଧୁସୂଦନ ମିଶ୍ର ଓ ହରିହର ଚାନ୍ଦ

BJD BJP Congress Pipili Bye Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ