Advertisment

ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ଚର୍ଚ୍ଚାରେ ମନମୋହନ ଆଗରେ

ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।

ଅଦ୍ୟତନ ହୋଇଛି
Rajya Sabha

Rajya Sabha

Advertisment

ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା । ଏହାରି ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ । ଗଣମାଧ୍ୟମ ଚର୍ଚ୍ଚା କୌଣସି ଗୁରୁତ୍ବ ରଖେନି । MLA କ୍ୟାଣ୍ଡେଟ୍, MP କ୍ୟାଣ୍ଡେଟ୍, ରାଜ୍ୟସଭା ହେଉ କି ଲୋକସଭା ସବୁକିଛି ଦିଲ୍ଲୀରେ ସଂସଦୀୟ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

Advertisment

ମନମୋହନ ସାମଲଙ୍କ ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି। ଏହା ବାଦ ଦଳ ସରପ୍ରାଇଜ କାର୍ଡ ବି ଖେଳିପାରେ। ଏପରିକି ନିଜେ ମମତା ବି ବିଜେପିରୁ ରିପିଟ୍ ହୋଇପାରନ୍ତି। ତେବେ କାହା ନାଁ ରେ କେନ୍ଦ୍ରୀୟ କମିଟି ମୋହର ମାରୁଛି ତା ଉପରେ ନଜର ।

ସୂଚନା ଅନୁସାରେ ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା ଲାଗିଛି । ବୁଧବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଥିଲେ ମମତା ମହାନ୍ତ ।

Advertisment

ବିଜେଡି ଛାଡ଼ିବା ପରେ ଗତକାଲି ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ମମତା । ଏହି ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।

BJP Rajya Sabha Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ