Advertisment

ଏଥର ବ୍ରହ୍ମଗିରିରୁ କିଏ ଲଢିବ: ଉପାସନା ନା ଲଳିତେନ୍ଦୁ ?

ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

ଅଦ୍ୟତନ ହୋଇଛି
OTV Kholakatha

OTV Kholakatha

Advertisment

ଦିନେ ସେ କ୍ରିକେଟ୍‌ ଖେଳୁଥିଲେ । ଓଡ଼ିଶା ପାଇଁ ଖେଳୁଥିଲେ। ଆଉ ଭଲ ବି ଖେଳୁଥିଲେ। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣୁଥିଲେ। କିନ୍ତୁ ଏବେ ରାଜନୀତିର ମୈଦାନରେ। ଆଗକୁ ଭଲ ଇଂନିସ୍ ପାଇଁ ଏବେଠୁ ଜୋରଦାର ପ୍ରାକ୍ଟିସ ବି ଚାଲିଛି। ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

Advertisment
  • ଆପଣଙ୍କ ପରିବାର କଂଗ୍ରେସ ଦଳ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ। କିନ୍ତୁ ଆପଣ କଂଗ୍ରେସ ଛାଡ଼ି ବିଜେପିକୁ ଆସିବାର କାରଣ କଣ?

୪ ବର୍ଷ ତଳର ପ୍ରସଙ୍ଗକୁ ମୁଁ ଆଉ ଦୋହରାଇବାକୁ ଚାହୁଁନାହିଁ। ବିଜେପି ଦଳରେ ସାମିଲ ହେବା ପରେ ଆମେ ବହୁତ ଖୁସି ଅଛୁ। ଦଳର ନୀତି ଆଦର୍ଶ ନେଇ ଆଗକୁ ବଢୁଛୁ। ଦେଶର ଜନହିତକର ବିକାଶରେ ଆମେ ସାମିଲ ହୋଇଛୁ। ଯେହେତୁ ମୋ ବଡ଼ ଭାଇ ବିଜେଡି ବିରୋଧରେ ପ୍ରସଙ୍ଗ କରି ଆଗକୁ ଆସିଛନ୍ତି, ଆମେ ମଧ୍ୟ ତାଙ୍କରି ମାର୍ଗରେ ଚାଲିଛୁ। ପରିବର୍ତ୍ତନ, ବିଜେପିର ଆଦର୍ଶ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ଓଡ଼ିଶା ଗଠନକୁ ପାଥେୟ କରି ଆମେ ବିଜେପି ସାମିଲ ହୋଇଛୁ।

Advertisment
  • ପରୀ ଘଟଣା, ମମିତା ପ୍ରସଙ୍ଗ, ମାହାଙ୍ଗା ମର୍ଡର ପରି ଅନେକ ଘଟଣାରେ ବିରୋଧୀଙ୍କ ବିବୃତି, କଣ ରାଜ୍ୟ ରାଜନୀତି?

ବିରୋଧୀଦଳ ଆଉ କଣ ବା କରିପାରିବ? ରାଜ୍ୟର ମୁଖ୍ୟ ଏସବୁ ପ୍ରସଙ୍ଗରେ କର୍ଣ୍ଣପାତ କରିବେ ନାହିଁ। ଜନଆନ୍ଦୋଳନକୁ ଶୁଣିବାକୁ ବି ନାରାଜ। ତାଙ୍କ ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ଆନ୍ଦୋଳନ କରିବା ଛଡ଼ା ଆଉ କଣ ଉପାୟ ରହିଛି।

Advertisment
  • ଜଣେ ପାଇକ ହିସାବରେ ଜଣେ ପାଇକଙ୍କ ଦାବିକୁ କେତେ ସମର୍ଥନ କରୁଛନ୍ତି?

ଜଣେ ପାଇକର ଦାୟାଦ ହିସାବରେ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରମ ଭାବେ ଘୋଷଣା କରାଯାଉ, ଏହା ମୋର ମଧ୍ୟ ଦାବି ରହିବ। କିନ୍ତୁ କେନ୍ଦ୍ର ସରକାରଙ୍କ କହୁଛନ୍ତି ଯେ ଏହାର ପୁନର୍ବିଚାର ହେଉ। ପୁଣି ତଥ୍ୟ ଉପସ୍ଥାପନ କରିଯାଉ। ପୁଣି ତର୍କ ଆଲୋଚନା ଓ ତର୍ଜମା ହେଉ। ତାପରେ ଶେଷରେ ନିଷ୍ପତ୍ତି ନିଆଯାଉ। କେବଳ ବିଧାନସଭାରେ ସଂକଳ୍ପ ପାରିତ କରିଦେଲେ ତାହା ହେବନାହିଁ। ପାଇକ ପ୍ରସଙ୍ଗରେ ଇଣ୍ଡିଆନ୍‌ କାଉନସିଲ୍ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ(ICHR)ନିର୍ଣ୍ଣୟ କରିଥାଏ। ସେଠାରେ ବଳିଷ୍ଠ ଉପସ୍ଥାପନା କରିବା ଠିକ୍ ହେବ। ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଆସି ପାଇକ ଯୁଦ୍ଧରେ ନେତୃତ୍ୱ ନେଇଥିବା ପରିବାରକୁ ସମ୍ମାନିତ କଲେ, ସେହିଦିନ ଆମେ ଏକ ପରିଚିତ ହେଲୁ। ଏକଥା ମଧ୍ୟ ପାଇକର ଦାୟାଦ ହିସାବରେ କହିବେ।

  • ୨୦୨୪ ନିର୍ବାଚନରେ ନିର୍ବାଚନ ମୈଦାନରେ କିଏ ରହିବ? ଲଳିତେନ୍ଦୁ ନା ଉପାସନା ?

ଗତ ନିର୍ବାଚନରେ ମୁଁ ଅଗ୍ନିପରୀକ୍ଷା ଦେଇସାରିଛି। ବହୁ ଲୋକଙ୍କ ଅନୁଭୂତି ନେଇଛି। ୨୦୨୪ ପାଇଁ ମୋ ସ୍ତ୍ରୀର ମତାମତ ଓ ମୋର ନିଜସ୍ୱ ମତ ମୁଁ ନେଇସାରିଛି। ଏଥିରେ ଦ୍ୱିମତ ନାହିଁ। ଠିକଣା ସମୟରେ ଠିକଣା ଉତ୍ତର କହିବି। ଯଦି ଉପାସନା ମୈଦାନକୁ ଆସିବେ ତାହାହେଲେ ପରିବାରବାଦ ରାଜନୀତି ହେବ। କାହିଁକିନା ତାଙ୍କ ବାପା ଲୁଲୁ ମହାପାତ୍ର ଅନେକ ଯୁବକଙ୍କ ଆଦର୍ଶ ଥିଲା। ଉପାସନା ତାର କ୍ୟାରିୟରରେ ବଢିବା ପାଇଁ ମୁଁ ନିଶ୍ଚିନ୍ତ ଚାହିଁବି। ଜଣେ ପରିବାରରୁ ସମସ୍ତେ ଟିକେଟ୍‌ ରେସ୍‌ରେ ରହିବେ ମୁଁ ଏକଥା ଚାହେଁନି। ଗୋଟିଏ ପରିବାରରୁ କେବଳ ଜଣଙ୍କୁ ଦିଆଯାଉ। କେବଳ ଯେ ପଦବୀ ରହିଲେ ଲୋକଙ୍କ ପାଇଁ କାମ କରିପାରିବ ତାହା ନୁହେଁ, ଲୋକଙ୍କ ସେବା କରିବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛି। ଦେଶର ବିକାଶ ପାଇଁ ମୋତେ ଯାହା ଦାୟିତ୍ୱ ଯାହା ଦିଆଯିବ, ମୁଁ ତାକୁ ନିଷ୍ଠାର ସହିତ ତୁଲାଇବି।

BJP Odisha Politics Politician
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ