କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା ? ରେସରେ ଆଗରେ ଅଛନ୍ତି ତାରା ବାହିନୀପତି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି ।

Congress

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା, ତାକୁ ନେଇ ଏବେ ବି ସସପେନ୍ସ । ଗତକାଲି ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାଁ ଏଆଇସିସି ନିକଟକୁ ପଠାଯାଇଛି । ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍ । 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି । ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି।

ପଢନ୍ତୁ ଏହି ଖବର: ବାଜିଲା ମୋହର, ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ନବୀନ

ସେପଟେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଯାଇଛି । ଏନେଇ ଗତକାଲି ବିଜେଡି ବିଧାୟକ ଦଳ ବୈଠକ ପରେ ନିଜେ ଘୋଷଣା କରିଛନ୍ତି ନବୀନ ।

ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି । ସୂଚନା ଅନୁସାରେ ଗତ ମଙ୍ଗଳବାରଠୁ ଆରମ୍ଭ ହୋଇଛି ତିନି ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ । ପ୍ରଥମ ଦୁଇଦିନରେ ୧୪୭ ବିଧାୟକ ଶପଥ ନେଇଥିବାବେଳେ ଆଜି ବାଚସ୍ପତି ନିର୍ବାଚନ ହେବ ।

ପଢନ୍ତୁ ଏହି ଖବର: ଆଗରୁ ଅସୁସ୍ଥ ଲାଗୁଥିଲେ, ଏବେ ପୂରା ଫିଟ୍