Astrospeak
  • Live TV
  • Read In English

BJD Hijack Speculation: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ରାଜାଙ୍କ ଟାର୍ଗେଟ୍

କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍‌ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।

BJD hijack
ବିଜେଡି ହାଇଜାକ୍

ହାଇଜାକ୍ ମୋଡ୍‌ରେରେ ବିଜେଡି । ଗନ୍ଧ ବାରିଲେ ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ୱାଇଁ । ଦଳୀୟ ସଂଗଠନ ବଞ୍ଚାଇବାକୁ ନବୀନଙ୍କୁ ଲେଖିଲେ କଡ଼ା ଚିଠି । ସେହିପରି ୱକଫ୍ ପ୍ରସଙ୍ଗରେ ଦଳର ବିବେକ ରାଜନୀତିକୁ ନେଇ ବିଜେଡିର ଆଭିମୁଖ୍ୟରେ 

ପ୍ରଶ୍ନବାଚୀ ଲାଗିଥିବା ରାଜା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ୱକଫ୍‌କୁ ନେଇ ସାଂସଦଙ୍କ କଳି ତୀବ୍ର ହୋଇଛି । ସାଂସଦ ଦେବାଶିଷ ସାମନ୍ତରାୟ, ନାଁ ନନେଇ ସୁଲତା ଦେଓଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଦଳର ସୁପ୍ରିମୋ କହିସାରିବା ପରେ ବି ଜଣେ ଅତି ଜୁନିୟର ସଭ୍ୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି । ଅନ୍ୟପଟେ ଦଳରେ ସମସ୍ତେ ଏକ୍ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

କଥା ଆଉ ୱକଫ୍‌କୁ ନେଇ ନାହିଁ । ପାଣ୍ଡିଆନଙ୍କୁ ହଟାଇବା ଏବେ ମୁଖ୍ୟ ଉଦ୍ଦେଶ୍ୟ । ବିବାଦର ମୂଳ ମଞ୍ଜି ପାଣ୍ଡିଆନଙ୍କୁ ହଟାଇବା ପାଇଁ ବିଜେଡି ନେତା ନେଲେଣି ଶପଥ । ଦଳକୁ ହାଇଜାକ୍ ଗନ୍ଧ ବାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡିକୁ କିଛି ଲୋକ ହାଇଜାକ୍ କରିବାକୁ ଉଦ୍ୟମ କରୁଥିବା ନେଇ ନବୀନଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜା । ତେବେ ହାଇଜ୍ୟାକ୍ ଉଦ୍ୟମ ପଛରେ କିଏ, କାହାକୁ ଇସାରା କଲେ ରାଜା? ଟାର୍ଗେଟରେ ପାଣ୍ଡିଆନ ଓ ପାଣ୍ଡିଆନ୍ ମାର୍କା ନେତା । 

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

ଖାଲି ସେତିକି ନୁହେଁ ୱକଫ୍‌ ବିଲ୍ ବେଳେ ଦଳର ବିବେକ ଭୋଟ ଥିଓରି ଆମର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ । ଗତ 9 ତାରିଖରେ ରାଜା ସ୍ବାଇଁ ଏହି ଚିଠି ଲେଖିଛନ୍ତି।  ଅନ୍ୟପଟେ ରାଜାଙ୍କୁ କାଉଣ୍ଟର କରି ସମନ୍ବୟ କମିଟି 
ଅଧ୍ୟକ୍ଷ କହିଛନ୍ତି ଦଳରେ ସମସ୍ତେ ଏକ୍ ଓ ସମସ୍ତଙ୍କୁ ଗୁରୁତ୍ବ ଦିଆଯାଉଛି । 


ସେପଟେ ୱକଫ୍ ପ୍ରସଙ୍ଗରେ ଥମୁନି ବୟାନ ବାଜି । ବିଜେଡି ସୁପ୍ରିମୋଙ୍କ ମନ୍ତବ୍ୟ ପରେ ବି ନେତାଙ୍କ ମୁହଁରେ ତୁଣ୍ଡି ଲାଗିପାରିନି । ୱକଫ୍ ବିଲ୍ ପ୍ରସଙ୍ଗରେ ସାଂସଦ ସୁଲତା ଦେଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ୍ କରିଥିଲେ। ଯାହାର କଡ଼ା ଜବାବ ଆଜି ରଖିଛନ୍ତି ଦେବାଶିଷ । ସାଂସଦ ସୁଲତା ଦେଓଙ୍କ ନାଁ ନନେଇ ସେ କେବେଠୁ ଦଳରେ ରହିଛନ୍ତି ଆଉ ସୁଲତା କେବେ ଦଳକୁ ଆସିଛନ୍ତି ତାହା ମନେ ପକାଇ ଦେଇଛନ୍ତି ଦେବାଶିଷ । ତେବେ ସୁପ୍ରିମୋଙ୍କ କହିବା ପରେ ବି ସୋସିଆଲ ମିଡିଆରେ ପୋଷ୍ଟ କରି ଜଣେ ଅତି ଜୁନିୟର ସଭ୍ୟ  ଶୃଙ୍ଖଳା ଭାଙ୍ଗୁଛନ୍ତି । 


ଏହା ସଭାପତିଙ୍କ ଦୃଷ୍ଟିକୁ ନିଆଯାଇଥିବା ଦେବାଶିଷ କହିଛନ୍ତି। ତେବେ ଦେବାଶିଷଙ୍କ ମନ୍ତବ୍ୟ ନେଇ ସୁଲତାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ । ସେପଟେ ଭିନ୍ନ ମତକୁ ଦଳରେ ସମ୍ମାନ ମିଳିବା ଉଚିତ୍ ବୋଲି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହି ତେରଚ୍ଛା ବାଣ ମାରିଛନ୍ତି । ଦଳରେ ଯଦି କାହାର କିଛି ମତାନ୍ତର ଅଛି, ତାହେଲେ ସଭାପତିଙ୍କୁ ଜଣାଇବା ଆବଶ୍ୟକ ବୋଲି ବରିଷ୍ଠ ନେତା 
ପଦ୍ମନାଭ ବେହେରା ମତ ରଖିଛନ୍ତି । 


ଗୋଟିଏ ପଟେ ବିଜେଡିର ସାଙ୍ଗଠନିକ ନିର୍ବାଚନ ଚାଲିଛି, ଆଉ ଅନ୍ୟପଟେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତୃତ୍ୱକୁ ଚ୍ୟାଲେଞ୍ଜ । ଏଭଳି ସ୍ଥଳରେ ନବୀନ ଅସନ୍ତୁଷ୍ଟଙ୍କୁ କେମିତି ମନାଇ ଦଳକୁ ମଜଭୁତ କରୁଛନ୍ତି ତାଉପରେ ନଜର ।

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?