ଯେଉଁଠି ନିର୍ବାଚନ ସେଇଠି ଜୋରଦାର କଟକଣା, ରାଲି-ରୋଡ୍‌ ଶୋ’କୁ ନା

ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ ।

Political Rally

୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍ ଶୋ ଉପରେ କଟକଣା ଜାରି କରିଛନ୍ତି । ତେବେ ସଭା କରିବାକୁ କିନ୍ତୁ ଅନୁମତି ଦିଆଯାଇଛି । ଏହି କଟକଣା ଆଜି ସରିବାକୁ ଥିବା ବେଳେ ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ । ତେବେ ନିର୍ବାଚନ ଆଚରଣବିଧି ଓ କୋଭିଡ୍ କଟକଣା ଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ, ତାହାର ତଦାରଖ କରିବାକୁ ସଂପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ଫେଜ୍‌ରେ ୫ ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି କରାଯିବ । ସେପଟେ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ୫ ରାଜ୍ୟରେ କଟକଣା ଅବଧି ବୃଦ୍ଧି ପରେ ଏବେ ନଜର ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।