Advertisment

କାହା ପାଖକୁ ଯାଉଛି କଂଗ୍ରେସ ଭୋଟ୍?

୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍  ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍।

ଅଦ୍ୟତନ ହୋଇଛି
undefined

congress vote diverted politics

Advertisment

ବିଜେଡିକୁ ବଳ ଦେଉଛି କି କଂଗ୍ରେସ୍? ଭୋଟ୍ ବେଳେ କଂଗ୍ରେସ ଭୋଟ୍ ଡାଇଭର୍ଟ ହେଉଥିବା ସ୍ପଷ୍ଟ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ପଦ୍ମପୁର, ଝାରସୁଗୁଡ଼ା ଭଳି ଅନେକ ଉପନିର୍ବାଚନରେ ଏହି ଟ୍ରେଣ୍ଡ ଦେଖାଦେଇଛି। ସରକାର ବିରୋଧୀ ହାୱା, ଗୋଷ୍ଠୀ କନ୍ଦଳ ଦ୍ୱାରା ଭୋଟ୍ ମାଇନସ ହେଲେ ବି କଂଗ୍ରେସ ଭୋଟ୍ ନିଜ ଆଡକୁ ଡାଇଭର୍ଟ କରି ବିଜେଡି ନିଜ ଭୋଟ୍ ବଜାୟ ରଖୁଛି, ଏପରିକି ପୂର୍ବାପେକ୍ଷା ବୃଦ୍ଧି କରିବାରେ ମଧ୍ୟ ସଫଳ ହେଉଛି। ତେଣୁ କଂଗ୍ରେସ୍ ପାଇଁ ନିଜ ଭୋଟକୁ ବଜାୟ ରଖିବା ଏବଂ ବିଜେପି ଲାଗି ଭୋଟ୍ ପ୍ରତିଶତ ଆହୁରି ବଢ଼ାଇବା ଏବେ ଚ୍ୟାଲେଞ୍ଜ୍ ହୋଇଛି।

Advertisment

କାହା ପାଖକୁ ଯାଉଛି କଂଗ୍ରେସ ଭୋଟ୍? ବିଜେଡିକୁ କେତେ, ବିଜେପି ନେଉଛି କେତେ ଭୋଟ୍? ଏଥିରେ କେମିତି ଲାଗିବ ବ୍ରେକ୍? ଝାରସୁଗୁଡ଼ା ଉପନିର୍ବାଚନ ଫଳ ଆସିବା ପରେ ବିଭିନ୍ନ ଦଳକୁ ମିଳିଥିବା ଭୋଟ୍ ପ୍ରତିଶତକୁ ନେଇ ସମୀକ୍ଷା। ୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍  ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍। କହିବାକୁ ଗଲେ ଉଭୟ ବିଜେଡି ଓ ବିଜେପି ଖାତାକୁ ଚାଲିଯାଉଛି କଂଗ୍ରେସ୍ ଭୋଟ୍। ପଦ୍ମପୁର ହେଉ କି ଅନ୍ୟ ଉପନିର୍ବାଚନ, କଂଗ୍ରେସ ଭୋଟ୍ ଡାଇଭର୍ଟ ହେବାରେ ଲାଗିଛି।

ଗତ ସାଧାରଣ ନିର୍ବାଚନରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀରେ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ସରକାର ବିରୋଧୀ। ହାୱା, ଦଳୀୟ ଗୋଷ୍ଠୀ କନ୍ଦଳ ଦ୍ୱାରା ବିଜେଡି ଯେଉଁ ଘାଟା ଖାଇବା କଥା, କଂଗ୍ରେସ୍ ଭୋଟକୁ ଡାଇଭର୍ଟ କରି ତାକୁ ଏକ ପ୍ରକାର ଭରଣା କରିନେଉଛି। ଏଭଳି କରି ନା କେବଳ ନିଜ ଭୋଟ୍ ପ୍ରତିଶତ ବଜାୟ ରଖୁଛି, ବରଂ ଅନେକ କ୍ଷେତ୍ରରେ ବୃଦ୍ଧି କରୁଛି। ତେବେ ବିଜେଡି ତୁଳନାରେ ବିଜେପି ଆଡକୁ ସେତିକି ଭୋଟ୍ ଡାଇଭର୍ଟ ହେଉନାହିଁ। କେବଳ ବିଜେଡି ବିରୋଧୀ ଓ ନିଜ ସଂଗଠନକୁ ଆଧାର କରି ଦଳର ଭୋଟ୍ ପ୍ରତିଶତ ଧିରେ ଧିରେ ବଢୁଛି। ସେପଟେ କଂଗ୍ରେସ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ନିଜ ପକେଟ୍ ଭୋଟ୍‌କୁ ବଜାୟ ରଖିବା। ଅନ୍ୟପକ୍ଷରେ ବିଜେଡି ନେଉଥିବା କଂଗ୍ରେସ ଭୋଟକୁ ଚେକ୍ ଦେବା ଲାଗି ବିରୋଧୀ ପ୍ରସ୍ତୁତ କରିଛନ୍ତି ରଣନୀତି।

Advertisment

କାହିଁକି କଂଗ୍ରେସ୍ ଭୋଟ୍ ହେଉଛି ଡାଇଭର୍ଟ? କାହିଁକି ଗୋଟିଏ ପଟେ ଗୋଟିଏ ନିର୍ବାଚନରେ ଦଳ ଅମାନତ ହରାଉଛି? କେମିତି କଂଗ୍ରେସର ଅଧିକ ଭୋଟ୍ ବିଜେଡି ନେଇଯାଉଛି? ନା କଂଗ୍ରେସ ନେତାମାନେ ଜାଣିଶୁଣି ଭୋଟ୍ ଡାଇଭର୍ଟ କରୁଛନ୍ତି? ଗୋଷ୍ଠୀ କନ୍ଦଳ ଯୋଗୁଁ ଏଭଳି ହେଉଛି କି? ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ଆଗକୁ ବିଜେଡି ବନାମ ବିଜେପି ସିଧାସଳଖ ଲଢେଇ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ। ଛିଡୁଛି କଂଗ୍ରେସ, ବଢ଼ୁଛି ବିଜେଡି ଆଉ ବିଜେପି ଧୀରେ ଧୀରେ ଆଗକୁ ବଢ଼ୁଛି। କଂଗ୍ରେସର ଅନେକ ନେତା ବିଜେଡିରେ ମିଶୁଛନ୍ତି. ଆଗକୁ ବି କିଛି ନେତାଙ୍କୁ ନେବାକୁ ବିଜେଡି ଷ୍ଟ୍ରାଟେଜି କରିଛି। ପଦ୍ମଦଳ କିପରି ଏହାକୁ ଚେକ୍ ଦେଇପାରିବ ତା ଉପରେ ସମସ୍ତଙ୍କ ନଜର।

Advertisment
BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ