Advertisment

ସେତେବେଳର ଓ ବର୍ତ୍ତମାନର ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ, କହିଲେ ଲଳିତେନ୍ଦୁ

ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

OTV kholakatha

OTV kholakatha

Advertisment

ଯେତେବେଳେ ମୁଁ ରାଜନୀତିକୁ ଆସିଲି, ସେତବେଳେ ବହୁତ ପରିବର୍ତ୍ତନ ହୋଇଯାଇଛି। ଯେପରି କ୍ରିକେଟ୍‌ ଖେଳରେ ପଡ଼ିଆ ଭିତରେ ବିରୋଧୀ ରହିଥାନ୍ତି କିନ୍ତୁ ପଡ଼ିଆ ବାହାରେ ସେମାନେ ବନ୍ଧୁ ହୋଇଥାନ୍ତି, ରାଜନୀତିରେ ଆଉ ତାହା ନାହିଁ। ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

Advertisment
  • ବ୍ରହ୍ମଗିରି ପ୍ରସଙ୍ଗକୁ ନେଇ ଏବେ ଉଠୁଛି ପଡୁଛି। ଆପଣ ୱିକେଟ୍‌ ନେବେ ନା ଆଗକୁ ହିଟ୍‌ ୱିକେଟ୍ ହେବେ ?

ବ୍ରହ୍ମଗିରିରେ ଜଣେ ଯୁବକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ପରବର୍ତ୍ତୀ ଅବସ୍ଥାରେ ତାହା ହତ୍ୟାକାଣ୍ଡ ବୋଲି ସ୍ୱୀକାର କରୁଛନ୍ତି। ତେବେ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କିଏ, ଏହା ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ଅଛନ୍ତି। କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ ଅନେକ ହାଇପ୍ରୋଫାଇଲ ମର୍ଡରର ତଦନ୍ତ କରିଛି। କିନ୍ତୁ ଦେଖିବାକୁ ମିଳୁଛି, ଯଦି ସେଇ ପ୍ରସଙ୍ଗରେ ପ୍ରଭାବଶାଳୀ ତଥା ଶାସକଦଳ ନେତାଙ୍କ ଲିଙ୍କ୍ ରହୁଛି, ସେଠି ତଦନ୍ତ ବାଟବଣା ହେଉଛି। ସେ ମମିତା ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ ମର୍ଡର କେସ୍, ପରୀ ହତ୍ୟା ଘଟଣା। ଏହି ସବୁ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ଏହା ସମସ୍ତଙ୍କୁ ଜଣା।

Advertisment
  • ହତ୍ୟା ପରି ସଙ୍ଗୀନ ଘଟଣାରେ ଏବେ ଶାସକ ଦଳର ନାଁ ଆସୁଛି। କିନ୍ତୁ କିଛି ଦିନ ପାଇଁ ବିଜେପି ତୁମ୍ବି ତୋଫାନ କରୁଛି, ତାପରେ ଚୁପ୍ ହୋଇ ରହୁଛି। ଏହା କଣ ପଲିଟିକ୍ସର ନୂଆ ଟ୍ରେଣ୍ଡ?

ମୁଁ ରାଜନୀତିକୁ ନୂଆ କରି ଆସିଛି। ଆଗରୁ ରାଜନୀତିରେ ଭଦ୍ର, ନମ୍ର, ସରଳ ଓ ସ୍ୱଚ୍ଛ ହେଲେ ଏହି ଆଧାରରେ ସେ ନିର୍ବାଚନ ଲଢୁଥିଲା କିନ୍ତୁ ଆଜିକାଲି ଏସବୁ ପରିବର୍ତ୍ତନ ହୋଇଗଲାଣି। ଶାସକ ଦଳର ଯୁବ ନେତାମାନଙ୍କ ଆଚରଣ ଓ ଉଚ୍ଚାରଣ ଦେଖି ମୁଁ ଜାଣିପାରୁଛି, ଏମାନେ ଯୁବସମାଜକୁ କୋଉ ଦିଗରେ ନେଉଛନ୍ତି।

Advertisment
  • ଚିତ୍ତ ହତ୍ୟା ପ୍ରସଙ୍ଗରେ ଆପଣ ବିରୋଧ ଜାରି ରଖିବେ ନା ତୁନି ହୋଇ ରହିଯିବେ?

ଚୁପ୍‌ ରହିବାର କୌଣସି ପ୍ରଶ୍ନ ଉଠୁନି। ବ୍ରହ୍ନଗିରିର ଜଣେ ଯୁବକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହେଉଛି। ମୃତ ଯୁବକଙ୍କ ପରିବା ଲୋକ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ନାଁ ନେଉଛନ୍ତି। ଏଥିରେ ଅନେକ ପ୍ରଶ୍ନ ଉଙ୍ଗି ମାରୁଛି। ଯେଉଁ ନେତାଙ୍କ ବ୍ୟକ୍ତିଗତ ସହାୟକ ଥିଲେ, ସେ ହୁଏତ କିଛି ନା କିଛି ଜାଣିଥାଇପାରନ୍ତି, ଏହା ମଧ୍ୟ ସନ୍ଦେହ ହେବା ସ୍ୱାଭାବିକ। ଏହା ପ୍ରଥମକଥା ନୁହେଁ, ଏହା ଆଗରୁ ୨୦୧୨ ମସିହାରେ ଜଣେ ଆୟୁର୍ବେଦିକ ଡାକ୍ତରାଣୀ ମାଧବୀଲତାଙ୍କ ମଧ୍ୟ ଏଭଳି ସନ୍ଦେହସନକ ମୃତ୍ୟୁ ହେଇଥିଲା। ସେତେବେଳେ ଶାସକଦଳ ନେତାଙ୍କ ନାଁ ଅଭିଯୋଗ ଆସିଥିଲା। ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

  • ପରୀ ଘଟଣା, ମମିତା ପ୍ରସଙ୍ଗ, ମାହାଙ୍ଗା ମର୍ଡର ପରି ଅନେକ ଘଟଣାରେ ବିରୋଧୀଙ୍କ ବିବୃତି, କଣ ରାଜ୍ୟ ରାଜନୀତି?

ବିରୋଧୀଦଳ ଆଉ କଣ ବା କରିପାରିବ? ରାଜ୍ୟର ମୁଖ୍ୟ ଏସବୁ ପ୍ରସଙ୍ଗରେ କର୍ଣ୍ଣପାତ କରିବେ ନାହିଁ। ଜନଆନ୍ଦୋଳନକୁ ଶୁଣିବାକୁ ବି ନାରାଜ। ତାଙ୍କ ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ଆନ୍ଦୋଳନ କରିବା ଛଡ଼ା ଆଉ କଣ ଉପାୟ ରହିଛି।

  • ସେବେକାର ରାଜନୀତି ଓ ବର୍ତ୍ତମାନ ମଧ୍ୟରେ କଣ ଫରକ ଦେଖୁଛନ୍ତି?

ମୁଁ ପ୍ରତ୍ୟକ୍ଷ ଭାବେ ରାଜନୀତିକୁ ନଆସିଥିଲେ ବି ରାଜନୀତିର ପରିବେଶ ଓ ପାଣିପାଗରେ ମୁଁ ବଢିଛି। ୧୯୮୫ରେ ମୋ ବଡ଼ ଭାଇ ଲୁଲୁ ମହାପାତ୍ର ରାଜନୀତିରେ ସକ୍ରିୟ ଥିଲେ। ମୋ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପାଢୀଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ। ଏହି ପରିବେଶରେ ମୁଁ ବଢିକି ଆସିଛି। କିନ୍ତୁ ଯେତେବେଳେ ମୁଁ ରାଜନୀତିକୁ ଆସିଲି, ସେତବେଳେ ବହୁତ ପରିବର୍ତ୍ତନ ହୋଇଯାଇଛି। ଯେପରି କ୍ରିକେଟ୍‌ ଖେଳରେ ପଡ଼ିଆ ଭିତରେ ବିରୋଧୀ ରହିଥାନ୍ତି କିନ୍ତୁ ପଡ଼ିଆ ବାହାରେ ସେମାନେ ବନ୍ଧୁ ହୋଇଥାନ୍ତି, ରାଜନୀତିରେ ଆଉ ତାହା ନାହିଁ। ବିରୋଧୀ ଦଳ ନେତା ଭାବେ ଆମେ ଯେତେବେଳେ ଶାସକ ଦଳର ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀଙ୍କୁ ଦେଖା କରୁଛୁ, ଆମକୁ ଅଦରକାରୀ ବୋଲି ମନେହୁଏ। ଜଣେ ରାଜନେତାଙ୍କ ଠାରୁ ଆଶା ରଖୁଛନ୍ତି ଯେ, ଜଣେ ରାଜନେତା ଯଦି ଅଭଦ୍ର ନ ହେବେ, ଯଦି କୁଟିଳ ନହେବେ, ଯଦି ଦୁର୍ନୀତି କରିପାରିବେ ନାହିଁ, ତାହାହେଲେ ରାଜନୀତିରେ ତିଷ୍ଠି ପାରିବେ ନାହିଁ। ମୁଁ ଅନୁଭବ କରୁଛି ଯେ, ଏଭଳି ଚରିତ୍ର ରାଜନେତାଙ୍କ ଆର୍ବିଭାବ ଅଧିକ ହୋଇଗଲାଣି ଓ ପ୍ରାର୍ଦୁଭାବ ବଢିଗଲାଣି।

BJP Odisha Politics Politician
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ