Vijaypal Singh Tomar
ବିଗତ ୨୪ ବର୍ଷର ଶାସନ ଭିତରେ ବିଜେଡି ଯାହା କରିପାରିନଥିଲା, ଶହେ ଦିନର ଶାସନ ଭିତରେ ବିଜେପି କରି ଦେଖାଇଛି । ବିଜେଡି କେବଳ ‘ମୁଙ୍ଗେରିଲାଲ୍ କେ ହସିନ୍ ସ୍ବପ୍ନେ’ ଦେଖୁଛି । ଏଭଳି ଢଙ୍ଗରେ ନିଶାନା କରି ବିଜେଡିକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ।
ସେ କହିଛନ୍ତି, ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ । ଦଳ ଯେପରି ନ ଭାଙ୍ଗିବ ନେତା ଓ କର୍ମୀମାନେ ଅନ୍ୟ ଦଳକୁ ଯେଭଳି ନଯିବେ, ସେଥିପାଇଁ ମିଛ ପ୍ରଚାର କରୁଥିବା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ରତ୍ନଭଣ୍ଡାର ଚାବି ହଜେଇଥିଲା ପୂର୍ବତନ ସରକାର । ସେହି ଚାବି ମିଳିଲା । ଚାରିଦ୍ୱାର ଖୋଲିଲା ବିଜେପି । ଏହାବ୍ୟତୀତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦମ୍ ଦେଖାଇବ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେବେ ବିଜେପି ପ୍ରଭାରୀଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727525735.jpg)