Advertisment

୨୪ରେ ଓଡ଼ିଶାରେ ଶଙ୍ଖ ଗଡ଼ ଭାଙ୍ଗିବା ଲକ୍ଷ୍ୟ, ବିଜେପି ଓ କଂଗ୍ରେସର ସମରସଜ୍ଜା

୨୪ରେ ଶଙ୍ଖ ଗଡ଼ ଭାଗିବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସମରସଜ୍ଜା। ଉଭୟ ଦଳର ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ବିଜେଡି ମୁକାବିଲା ମନ୍ତ୍ର ନେଇ ଫେରିଛନ୍ତି।

strategy for general election

strategy for general election

Advertisment

ନେତା ଦିଲ୍ଲୀରୁ ଫେରିବା ପରେ ବିଜେପି ଶିବିର ଉତ୍ସାହ। ଟାର୍ଗେଟ ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍। ଏଥିଲାଗି କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି। ସାଧାରଣ ନିର୍ବାଚନକୁ ୪ ମାସ ବାକି ଥିବା ବେଳେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱଠାରୁ ଏଇ ମନ୍ତ୍ର ନେଇ ଫେରିଛନ୍ତି ଦଳୀୟ ବିଧାୟକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାରେ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତରୁ ଅଧିକ। ମୋଦିଙ୍କ କାର୍ଯ୍ୟ ଶୈଳୀର ପ୍ରଭାବ ରାଜ୍ୟ ଭୋଟରଙ୍କ ଉପରେ ନିଶ୍ଚିତ ପଡ଼ିବ। ଅନ୍ୟପକ୍ଷରେ ୫୦ ପ୍ରତିଶତ ଭୋଟ ଲକ୍ଷ୍ୟ ହାସଲ ଲାଗି ବୁଥ୍ ଓ ୱାର୍ଡସ୍ତରରେ ଘରକୁ ଘର ବୁଲିବେ ନେତା ଓ କର୍ମୀ। ବିଧାୟକମାନେ ହଜାରେରୁ ଦୁଇ ହଜାର ଓ ସାଂସଦ ୪ରୁ ୫ ହଜାର ଘରକୁ ବୁଲି ମୋଦିଙ୍କ ବାର୍ତ୍ତା ଦେବାକୁ କୁହାଯାଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ଓଡ଼ିଶାରେ ବି ବିଜେପି ମୋଦି ଗ୍ୟାରେଣ୍ଟି ଷ୍ଟ୍ରାଟେଜି ଆପଣେଇବ ବୋଲି ଦିଲ୍ଲୀରୁ ଫେରି ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Advertisment

ସେପଟେ ରାଜ୍ୟ କଂଗ୍ରେସ ନେତାମାନେ ବି ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଗୁରୁମନ୍ତ୍ର ନେଇ ଫେରିଛନ୍ତି। ସେହିପରି ଚେଲ୍ଲା କୁମାରଙ୍କ ସ୍ଥାନରେ ପୂର୍ବତନ ଆଇପିଏସ୍ ତଥା ଝାଡ଼ଖଣ୍ଡର ଟାଣୁଆ ନେତା ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଏପଟେ ୨୪ ନିର୍ବାଚନ ପାଇଁ ଦଳ ନେତା ଘରକୁ ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି। କିନ୍ତୁ ଦଳ ଯେଉଁ ମାତ୍ରାରେ ସକ୍ରିୟ ଦେଖାଯିବା କଥା ତାହା ପରିଲକ୍ଷିତ ହେଉନି। ତେଣୁ ହାଇକମାଣ୍ଡ ଓଡ଼ିଶାରେ ସାଂଗଠନିକ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥି ସହିତ କର୍ମୀଙ୍କ ମନରେ ଉତ୍ସାହ ଭରିବା ଲାଗି ରାହୁଲ ଓ ପ୍ରିୟଙ୍କା ଖୁବ ଶୀଘ୍ର ଓଡ଼ିଶା ଆସିବେ। ତେବେ ବିଜେପି ଓ କଂଗ୍ରେସର ତତ୍ପରତାକୁ ନେଇ ଆଦୌ ବିଚଳିତ ନୁହେଁ ବିଜେଡି। ଲୋକେ ବିଜେଡି ସହ ଅଛନ୍ତି ଓ ଷଷ୍ଠ ଥର ପାଇଁ ଦଳ ସରକାର କରିବ ବୋଲି ଦମ୍ଭୋକ୍ତ କରିଛି ସରକାରୀ ଦଳ ମୁଖ୍ୟ ସଚେତକ।

ଦୁର୍ନୀତି ଠାରୁ ଆରମ୍ଭ କରି ଚାଷୀ ସମସ୍ୟା ଓ ବେକାରୀ ଭଳି ରାଜ୍ୟରେ ଅନେକ ମୁଦ୍ଦା ରହିଛି। ତେବେ ବିଜେପି ଓ କଂଗ୍ରେସ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇ ପାରୁନାହାନ୍ତି। ତେବେ ଦିଲ୍ଲୀରୁ ମନ୍ତ୍ର ନେଇ ଆସିବା ପରେ ଉଭୟ ଦଳର ଆଭିମୁଖ୍ୟରେ କି ପରିବର୍ତ୍ତନ ହେଉଛି ଓ କିଏ ବିଜେଡିକୁ ଟକ୍କର ଦେବ ତାହା ଆକଳନ କରାଯାଇପାରିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

Advertisment

ନିର୍ବାଚନ ପାଖେଇ ଆସୁଥିବା ବେଳେ ସମରସଜ୍ଜା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ। ତେବେ ନବୀନ ଦୁର୍ଗ ଭେଦ କରିବାକୁ କି ରଣନୀତି ଆପଣାଉଛନ୍ତି ଦୁଇ ଜାତୀୟ ଦଳ ତା ଉପରେ ରହିଛି ନଜର।

Odisha BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ