Advertisment

ଆମେ ପଜିଟିଭ୍ ପଲିଟିକ୍ସ ଉପରେ ବିଶ୍ୱାସ କରୁ: ମୁଖ୍ୟମନ୍ତ୍ରୀ

ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି।

CM Naveen Pattnaik

CM Naveen Pattnaik

Advertisment

ଭୁବନେଶ୍ୱର: ବିରୋଧୀଙ୍କ ନେଗେଟିଭ୍ ପଲିଟିକ୍ସକୁ ଆଗାମୀ ପୌର ନିର୍ବାଚନରେ କାଉଣ୍ଟର କରିବ ଶାସକ ବିଜେଡି। ଦଳୀୟ ନେତାଙ୍କ ସହ ଆଜି ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରି ଏଭଳି ଆହ୍ୱାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କହିଛନ୍ତି, ଆଗାମୀ ପୌର ନିର୍ବାଚନରେ ବି ବିରୋଧୀ ସେମିତି ଅପପ୍ରଚାର କରିବେ। ତେଣୁ ପୌରନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଅପପ୍ରଚାର ପ୍ରତି ସତର୍କ ରୁହ।

Advertisment

ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି ଏବଂ ନେଗେଟିଭ୍ ପଲିଟିକ୍ସ କରିଛନ୍ତି। କିନ୍ତୁ ଓଡ଼ିଶାବାସୀ ସେ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି। ଆମେ ପଜିଟିଭ୍ ପଲିଟିକ୍ସ ଉପରେ ବିଶ୍ୱାସ କରୁ। ସକରାତ୍ମକ ରାଜନୀତି, ଟ୍ରାନ୍ସଫରମେଟିଭ୍ ଗଭମେଣ୍ଟ ଏବଂ ଲୋକଙ୍କ ଏମ୍ପାୱାରମେଣ୍ଟ ହେଉଛି ଆମର ହଲମାର୍କ।

ସହରାଞ୍ଚଳରେ ଅନେକ ଭଲ କାମ ହୋଇଛି। ସହରର ଗରୀବ ଲୋକଙ୍କ ପାଇଁ ଜାଗା ମିଶନ୍ ଏବଂ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି। ତେଣୁ ସହରାଞ୍ଚଳର ବିକାଶ କାର୍ଯ୍ୟକ୍ରମକୁ ଧରି ଲୋକଙ୍କ ପାଖକୁ ଯିବାକୁ ହେବ ବୋଲି ଦଳୀୟ ନେତା ଓ କର୍ମୀଙ୍କୁ ଆଜି ଭର୍ଚୁଆଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟିପ୍ପଣୀ ନେଇ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ