Advertisment

ଶବଠୁ ବି ପଇସା ଶୋଷୁଛନ୍ତି ସରକାରୀ କର୍ମଚାରୀ !

କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର ।

Nayagarh, Daspalla, Bribe Case

Nayagarh, Daspalla, Bribe Case

Advertisment

ଏମିତି ବଢ଼ିଲାଣି ଦୁର୍ନୀତି । ଚରମ ସୀମାରେ ପହଞ୍ଚିଲେଣି ଦୁର୍ନୀତିଖୋର ସରକାରୀ କର୍ମଚାରୀ । ଶବକୁ ବି ଛାଡ଼ୁନାହାନ୍ତି । ଶବଠୁ ବି ପଇସା ଶୋଷିବାକୁ ପଛାଉନାହାନ୍ତି ସରକାରୀ କର୍ମଚାରୀ। କହୁଛନ୍ତି ପାଞ୍ଚ ଶହ ନଦେଲେ ହୋଇପାରିବନି ପୋଷ୍ଟମର୍ଟମ। ରକ୍ତ ସଂପର୍କୀୟଙ୍କୁ ହରାଇ ମ୍ରିୟମାଣ ପରିବାର ଲୋକଙ୍କୁ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ୍ ହେବା ପରେ ଆରମ୍ଭ ହେଲା ତନାଘନା।

Advertisment

ସୂଚନା ଅନୁସାରେ, ଭାଇରାଲ ଭିଡିଓରେ ଥିବା ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରର । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରମେଶ ନାଏକଙ୍କ ବିରୋଧରେ ଆସିଛି ମୃତଦେହ ବ୍ୟବଚ୍ଛେଦ କରାଇବାକୁ ଲାଞ୍ଚ ନେବା ଅଭିଯୋଗ । ବାଣୀଗୋଛା ଥାନା ବାଇଝିରି ଗାଁର ଜଣେ ଯୁବକ ରୋଗାକ୍ରାନ୍ତ ହୋଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଥିଲେ ।

ତେବେ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଆଉ ଉପାୟ ନପାଇ ଟଙ୍କା ଗଣିବାକୁ ପଡ଼ିଥିଲା ମୃତକଙ୍କ ପରିବାର ଲୋକଙ୍କୁ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Advertisment

Bribe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ