Advertisment

Odisha Politics: ଭୋଟ୍ ହାତେଇବାକୁ ନୂଆ NAC ଧୂଆଁବାଣ ଛାଡ଼ିଥିଲେ କି ପୂର୍ବ ସରକାର ?

୨୩ ଜିଲ୍ଲାରୁ ତଥ୍ୟ ଆସିନଥିବାରୁ ଆନ୍ତରିକତା ନଥିବା କହି ଘେରିଲା ବିଜେପି ।

undefined

ଭୋଟ୍ ହାତେଇବାକୁ ନୂଆ NAC ଧୂଆଁବାଣ ଛାଡ଼ିଥିଲେ କି ପୂର୍ବ ସରକାର ?

Advertisment

ରାଜ୍ୟରେ ୫୭ଟି ନୂଆ NAC ଓ ୬ ମ୍ୟୁନିସିପାଲିଟି ଗଠନ ପାଇଁ ବିଜେପି ସରକାର କସରତ ଆରମ୍ଭ କରିବା ପରେ ତେଜିଲା ରାଜନୀତି। ଗତ BJD ସରକାର ଏନେଇ ମାର୍ଚ୍ଚ ମାସରେ ଘୋଷଣା କରିଥିଲେ ବି, ତାହା କେବଳ ଭୋଟ୍ ହାତେଇବାକୁ ଘୋଷଣାରେ ହିଁ ସୀମିତ ଥିଲା କି ବୋଲି ପ୍ରଶ୍ନ ଉଠିଛି। ମାତ୍ର ୭ଟି ଜିଲ୍ଲାକୁ ଛାଡ଼ି ବାକି ୨୩ଟି ଜିଲ୍ଲାରୁ ଆବଶ୍ୟକ ତଥ୍ୟ ଆସିନଥିବାରୁ, ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳର ସରକାରଙ୍କ ଆନ୍ତରିକତା ନଥିଲା ବୋଲି ଅଭିଯୋଗ କରିଛି ବିଜେପି।

Advertisment

ନବୀନଙ୍କ ଏନ୍ଏସି ଘୋଷଣା ଥିଲା କି ତୁଚ୍ଛା ନିର୍ବାଚନ ଭେଳିକି? ଭୋଟ୍ ହାତେଇବାକୁ ଧୂଆଁବାଣ ଛାଡ଼ିଥିଲେ କି ବିଜେଡି ସରକାର? ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସାନି ଚିଠି କରି ରିପୋର୍ଟ ମାଗିବା ପରେ, ସାଧାରଣରେ ଉଠିଛି ଏଭଳି ଅନେକ ପ୍ରଶ୍ନ। ସନ୍ଦେହ ଉପୁଜିଛି, ଯଦି ସେତେବେଳେ ସରକାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବିତ NAC ବାବଦରେ ତଥ୍ୟ ମାଗିଥିଲେ, ତେବେ ଜିଲ୍ଲାପାଳମାନେ କାହିଁକି ତାହା ସରକାରଙ୍କୁ ଦେଇନଥିଲେ?

ଗତ ୨ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ୨୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। ରାଜ୍ୟରେ ୫୭ ନୂଆ NAC ଓ ୬ ମ୍ୟୁନିସିପାଲିଟି ଗଠନ ପାଇଁ ପ୍ରସ୍ତାବ ରହିଛି। ବଲାଙ୍ଗିରରୁ ବାଲେଶ୍ୱର, ଗଞ୍ଜାମରୁ ଜଗତସିଂପୁର ପର୍ଯ୍ୟନ୍ତ ବହୁ ଜିଲ୍ଲାରୁ ଆବଶ୍ୟକ ତଥ୍ୟ ମିଳିନଥିବାରୁ, ପରବର୍ତ୍ତୀ ପଦକ୍ଷେପ ନିଆଯାଇ ପାରୁନାହିଁ । ଏହି ଚିଠି ସାମ୍ନାକୁ ଆସିବା ପରେ, NAC ବାସିନ୍ଦା ବନିବାକୁ ଆଶା ବାନ୍ଧିଥିବା ବିଭିନ୍ନ ଅଞ୍ଚଳବାସୀ ପୂର୍ବ BJD ସରକାରର ଉଦ୍ଦେଶ୍ୟ ଓ ଆନ୍ତରିକାତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି।

Advertisment

ସେପଟେ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ NAC ପାଇଁ ଚିଠି କରିଥିଲେ। ଏବେ ପୁଣିଥରେ ମୋହନ ସରକାର NAC ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ଚଞ୍ଚକତାର ଦୃଷ୍ଟାନ୍ତ ବୋଲି ଦଳ ଅଭିଯୋଗ କରିଛି।

ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ସେତେବେଳେ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାପାଳମାନଙ୍କୁ ଖଣ୍ଡେ ଖଣ୍ଡେ ଚିଠି ଲେଖି ଚୁପ୍ ବସିଯାଇଥିଲେ। ଆମେ କିନ୍ତୁ ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛୁ। ଜନସଂଖ୍ୟା ୧୦ ହଜାରରୁ ଅଧିକ ଥିଲେ ତାକୁ ଏନଏସି ଏବଂ ୨୦ ହଜାରରୁ ଅଧିକ ଥିଲେ ତାକୁ ମ୍ୟୁନିସିପାଲିଟି କରାଯିବ।

Advertisment

ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବିତ ଏନ୍ଏସିର ପରିସୀମା ଚିହ୍ନଟ କରିବାକୁ କୁହାଯିବା ସହିତ, ସେଠାକାର ଜନସଂଖ୍ୟା କେତେ? ସେଠାରେ କେତୋଟି ବଜାର, ଥାନା, ବ୍ୟାଙ୍କ୍ ଶାଖା, ପୋଷ୍ଟ ଅଫିସ୍, ସ୍କୁଲ, କଲେଜ ଓ ସବ୍ ରେଜିଷ୍ଟ୍ରି ଅଫିସ୍ ରହିଛି? ଏନ୍ଏସିରେ କେଉଁ କେଉଁ ରାଜସ୍ୱ ଗ୍ରାମ ସାମିଲ ହେବ? ସେଠାରେ କେଉଁ ସବୁ ପର୍ଯ୍ୟଟନସ୍ଥଳୀ ରହିଛି ? କେଉଁ ସୂତ୍ରରୁ ରାଜସ୍ୱ ଆୟ ହୋଇପାରିବ ? ଏହି ସବୁ ତଥ୍ୟ ମଗାଯାଇଛି ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ