Advertisment

ବିନା ଲଢେଇରେ ୱାର୍ଡମେମ୍ୱର ହେଲେ ୮ ସନ୍ତାନର ଜନକ !

ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ।

panchayat Election

panchayat Election

Advertisment

ନୟାଗଡ଼: ୮ଟି ସନ୍ତାନର ଜନକ, ହେଲେ ନିର୍ଦ୍ୱନ୍ଦ୍ୱରେ ଓ୍ୱାର୍ଡମେମ୍ବର ଭାବେ ନିର୍ବାଚିତ। ୨ରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ପ୍ରତିନିଧି ହୋଇପାରିବେ ନାହିଁ ବୋଲି ସରକାରୀ ନିୟମ ରହିଛି। ତେବେ ଏଭଳି ସରକାରୀ ନିୟମର ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ରେ। ଦଶପଲ୍ଲା ବ୍ଲକ ଡିହଗାଁ ଗ୍ରାମ ପଞ୍ଚାୟତର ୭ ନମ୍ବର ଓ୍ୱାର୍ଡର ଗଙ୍ଗାଧର ନାୟକ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଓ୍ୱାର୍ଡ ମେମ୍ବର ପ୍ରାର୍ଥୀ ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l

Advertisment

ତେବେ ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ। ତେବେ ଏହି ଓ୍ୱାର୍ଡରୁ ପୂର୍ବରୁ ଗଙ୍ଗାଧରଙ୍କ ପତ୍ନୀ ମଧ୍ୟ ଓ୍ୱାର୍ଡ ମେମ୍ବର ଭାବେ ନିିର୍ବାଚିତ ହୋଇଥିଲେ। ସେପଟେ ଅଭିଯୋଗ ହେଲେ ନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ତଥା ନୟାଗଡ଼ ଉପ ଜିଲ୍ଲାପାଳ। 

ଏନେଇ ଗଙ୍ଗାଧର ନାୟକ କହିଛନ୍ତି ଯେ ଜନସମର୍ଥନ ମିଳିବାରୁ ମୁଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି। ମୋ ସ୍ତ୍ରୀ ୫ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ପରେ ମୁଁ ୫ ବର୍ଷ ପାଇଁ ନିର୍ବାଚିତ ହେଲି। ଆଉ ଏବେ ପୁଣି ମୁଁ ୫ ବର୍ଷ ପାଇଁ କାମ କରିବି।

Advertisment

ଏନେଇ ଡିହଗାଁ ବାସିନ୍ଦା ଶୁକ୍ରସେନ ନାୟକ କହିଛନ୍ତି ଯେ ଏହା ଆମର ଛୋଟ ଗାଁ।  ୱାର୍ଡମେମ୍ବର ପାଇଁ ଆମେ ଏତେ ଗୁରୁତ୍ୱ ଦେଉନୁ। ସେମାନେ ବା କଣ କରୁଛନ୍ତି। ସେଥିପାଇଁ ଯିଏ ସେହି ପଦରେ ଯାଉଛନ୍ତି, ସେଥିରେ ଆମର ଅଭିଯୋଗ ନଥାଏ। 

ଏନେଇ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି ଯେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଓ ପରେବି ଏନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ସେ ସମୟରେ ତାଙ୍କର ୨ଟି ସନ୍ତାନ ବୋଲି କହିଥିଲେ। ନିର୍ବାଚନ ସରିବା ପରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment
EC Odisha Panchayat Election Ward Member
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ