Advertisment

ମନି ଲଣ୍ଡ୍ରିଂ ମାମଲାରେ ଜେରା କଲା ଇଡି, ୧୨ ଘଣ୍ଟା ପରେ ବାହାରିଲେ ଆପ୍ MLA ଅମାନତୁଲ୍ଲା

ଦୀର୍ଘ ସମୟ ଧରି ଅମାନତୁଲାଙ୍କୁ ଇଡି କାର୍ଯ୍ୟାଳୟରୁ ନବାହାରିବା ଦେଖି ତାଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍ ବିଧାୟକ ଓ ମନ୍ତ୍ରୀ।

ଅଦ୍ୟତନ ହୋଇଛି
Amanatullah Khan Arrested by ED

Amanatullah Khan

Advertisment

ଆପ୍‌ର ପିଛା ଛାଡ଼ୁନି ବିବାଦ । ଗୋଟିଏ ପରେ ଗୋଟିଏ ନେତା ହାଜର ହେଉଛନ୍ତି ଇଡିରେ । ୧୨ ଘଣ୍ଟାର ପଚରାଉଚରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ । ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ବିଳମ୍ବିତ ରାତିରେ ଛାଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରାଉଚରା କରାଯାଇଛି। ଆସନ୍ତା ସପ୍ତାହରେ ପଚରାଉଚରା ଲାଗି ଇଡି ପୁଣି ତାଙ୍କୁ ସମନ କରିଛି।

Advertisment

ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅମାନତୁଲା କହିଛନ୍ତି, ୧୮ ଏପ୍ରିଲରେ ହାଜର ଲାଗି ତାଙ୍କୁ କୁହାଯାଇଥିଲା। ଇଡି ଅଧିକାରୀ ଯାହା ପଚାରିଲେ ସେ ତାର ଜବାବ ଦେଇଛନ୍ତି। ତେବେ ଦୀର୍ଘ ସମୟ ଧରି ଅମାନତୁଲାଙ୍କୁ ଇଡି କାର୍ଯ୍ୟାଳୟରୁ ନବାହାରିବା ଦେଖି ତାଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍ ବିଧାୟକ ଓ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ

Advertisment

ସେପଟେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିୱାଲଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।

ଦିଲ୍ଲୀ ହାଇକୋର୍ଟରେ ଓକିଲ ଶ୍ରୀକାନ୍ତ ପ୍ରସାଦ ଏହି ପିଟିସନ୍‌ ଦାଖଲ କରିଛନ୍ତି । ଏଥିରେ ସେ ତିହାର ଜେଲ ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ପିଟିସନ୍‌ ଉପରେ ଶୁଣାଣି ହେବ କି ନାହିଁ ତାହା କୋର୍ଟ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି । 

Advertisment

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ ଓକିଲ ଶ୍ରୀକାନ୍ତ ପ୍ରସାଦ କହିଛନ୍ତି, ତିହାର ଜେଲ୍‌ ଡିଜି ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୋର୍ଟ, ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଯାହାଫଳରେ ସେ ଜେଲ୍‌ ମଧ୍ୟରେ ଥାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରିବେ ।

ଅନ୍ୟପଟେ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ‘କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି।’ ଏଭଳି ଅଭିଯୋଗ ଆଣିଛି ଖୋଦ୍‌ ଇଡି ।

Arvind Kejriwal AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ