Advertisment

ଫାଇଲ୍ ଫୋପାଡ଼ିବା ଘଟଣାରେ ନୂଆ ମୋଡ଼: ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା ଦେଲେ ସରକାରୀ ବାବୁ

ଗତ ମାସ ୧୫ ତାରିଖରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଏହାର ଭିଡିଓ ଭାଇରାଲ୍ ହୋଇଥିଲା।

ଅଦ୍ୟତନ ହୋଇଛି
Municipality Chairperson Throws File At Executive Officer

Municipality Chairperson Throws File At Executive Officer

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ଉତକ୍ଷିପ୍ତ ହୋଇ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିବା ଘଟଣାରେ ନୂଆ ମୋଡ଼। ଆଇନର ଆଶ୍ରୟ ନେଲେ ସମ୍ପୃକ୍ତ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ। ଯାଜପୁର ରୋଡ୍ ଥାନାରେ ସେ ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପୌରାଧ୍ୟକ୍ଷା ତାଙ୍କ ଛାତି ଉପରକୁ ଫାଇଲ୍ ଫିଙ୍ଗିବାରୁ ତାଙ୍କୁ ଆଘାତ ଲାଗିଛି ଏବଂ ବିନା ଦୋଷରେ ତାଙ୍କ ସମ୍ମାନ ଉପରେ ଆଞ୍ଚ ଆସିଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରାଗିକି ଅଫିସର୍‌ଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଲେ ପୌରାଧ୍ୟକ୍ଷା, କହିଲେ- ଏଇଠି ବସି ରାଜନୀତି କରୁଛ ?

ଏଥିସହ ପୂର୍ବରୁ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ପୌର କାର୍ଯ୍ୟାଳୟ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ଆଗରେ ପୌରାଧ୍ୟକ୍ଷା ଗାଳିଗୁଲଜ କରିଥିବା ଏବଂ ତାଙ୍କ ଚାମ୍ବରରେ ତାଲା ପକାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ। ଏକ ମୋବାଇଲ୍ ଟାଓ୍ୱାର୍ ବସାଇବା ଲାଗି ଜଣଙ୍କୁ ଏନ୍ଓସି ଦେବା ଘଟଣାକୁ ନେଇ ଗତ ମାସ ୧୫ ତାରିଖରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଏହାର ଭିଡିଓ ଭାଇରାଲ୍ ହୋଇଥିଲା। 

Advertisment

ଘଟଣାର ଠିକ୍ ମାସକ ପରେ ଅର୍ଥାତ୍ ଗତକାଲି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି ବ୍ୟାସନଗର ମ୍ୟୁନିସିପାଲିଟିରୁ ଖଣ୍ଡପଡ଼ା ଏନ୍ଏସିକୁ ହୋଇଯାଇଛି। ତେବେ ପ୍ରତିକ୍ରିୟାରେ ବ୍ୟାସନଗର ପୌରାଧ୍ୟକ୍ଷା କହିଥିଲେ ଯେ, ମୁଁ ଫାଇଲ୍ ଫୋପାଡ଼ିନାହିଁ, ସେ ଦୂରରେ ବସିଥିଲେ ଏବଂ ମୁଁ ତାଙ୍କୁ ଫାଇଲ୍ ଫେରାଇଦେଇଥିଲି। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ