Advertisment

ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ

ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।

MP & Chattisgarh Election

MP & Chattisgarh Election

Advertisment

ଆଜି ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧.୧୧ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ କରାଯାଇଥିଲା। କେବଳ ଦିମନୀ ନିର୍ବାଚନୀମଣ୍ଡଳୀରେ କିଛି ଗଣ୍ଡଗୋଳ ଘଟଣା ଦେଖାଦେଇଥିବବେଳେ ଅନ୍ୟ ସବୁ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା ସୂଚନା ମିଳିଛି। ଏଥର ନିର୍ବାଚନରେ ୨ ହଜାର ୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ଭୋଟର। ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ସଳଖ ମୁକାବିଲା ହେଉଛି।

Advertisment

ସେହିଭଳି ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୭.୩୪ ପ୍ରତିଶତ ମତଦାନ ହୋଇଛି। ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାୟ ୧ କୋଟି ୬୩ ଲକ୍ଷ ଭୋଟର । ସକାଳ ୮ ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ହୋଇଥିଲା। ତେବେ ସମ୍ବେଦନଶୀଳ ବୁଥରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା। ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ବସବାସ କରୁଥିବା ପ୍ରାୟ ୩୫ ଲକ୍ଷ ଓଡ଼ିଆ ଭୋଟରଙ୍କ ମତଦାନ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଛତିଶଗଡ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ରାଜଧାନୀ ରାୟପୁରରେ ମତଦାନ କରିବା ସହ ରାଜ୍ୟବାସୀଙ୍କୁ ଭୋଟ ଦେବାପାଇଁ ଆହ୍ୱାନ ଦେଇଥିଲେ।

Chattisgarh Madhya Pradesh Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ