• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

VRS ପରେ ଭି.କେ ପାଣ୍ଡିଆନ୍‌ 5T ଅଧ୍ୟକ୍ଷ ହୋଇଛନ୍ତି । ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ ।

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଅନୁମାନ କରୁଥିଲି, ହେଲେ ଆଶ୍ଚର୍ଯ୍ୟଚକିତ ନୁହେଁ । ୩୦ ଜିଲ୍ଲା ବୁଲିବା ଯୋଗୁ ଯେଉଁ କ୍ଷତି ହୋଇଥିଲା ଏହାକୁ ଭରଣା ପାଇଁ ଉଦ୍ୟମ କରାଯାଉଛି । ସରକାର ବ୍ୟାକଫୁଟ୍‌ରେ ଥିଲେ, ବହୁ ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି ।’ 

ନରସିଂହ ଆହୁରି କହିଛନ୍ତି ଯେ, ‘ଏହାକୁ ବିରୋଧୀଦଳ ସମାଲୋଚନା କରିପାରିବେନି । କାରଣ କୌଣସି ବେଆଇନ୍‌ କାମ ହୋଇନାହିଁ କିମ୍ବା ଅସାମ୍ବିଧାନିକ କାମ ହୋଇନି । ଯେଉଁ ନିଷ୍ପତ୍ତି ହେଲା କ୍ୟାବିନେଟ୍‌ରେ ହେବା କଥା, ସିଏମ୍‌ କରିପାରିବେ ।’ 

‘କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହୋଇଛି । ପାଣ୍ଡିଆନ ଜଣେ ସଫଳ ପ୍ରଶାସନିକ ଅଧିକାରୀ । ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ ବୋଲି କହି ହେବନି’ ବୋଲି ନରସିଂହ କହିଛନ୍ତି ।  

ସୂଚନାଥାଉ କି, ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଦାୟିତ୍ୱ ନେଇଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଗତକାଲି ମଞ୍ଜୁର କରିଛି । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖି କାର୍ମିକ ମନ୍ତ୍ରାଳୟ ଜଣାଇଥିଲା । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ ।