/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695284760.jpg)
Rahul Gandhi,
ଷ୍ଟେସନରେ ’କୁଲି’ ଲୁକରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି । ଏହି କ୍ରମରେ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀସ୍ଥିତ ଆନନ୍ଦ ବିହାର ରେଲୱ ଷ୍ଟେସନରେ ପହଞ୍ଚି ସେଠାରେ ଥିବା କୁଲିମାନଙ୍କୁ ଭେଟିଥିଲେ। ଏହି ସମୟରେ କୁଲିଙ୍କ ନାଲି ରଙ୍ଗର ଡ୍ରେସ୍ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ନେତା କୁଲିଙ୍କ ବ୍ୟାଚ୍ ମଧ୍ୟ ପରିଧାନ କରିଥିଲେ ଏବଂ ଯାତ୍ରୀମାନଙ୍କ ଉଠାଉଥିବା ନଜର ଆସିଥିଲେ ।
ରାହୁଲ ଗାନ୍ଧୀଙ୍କ ସହ ଭେଟି ହେବା ପରେ କୁଲି ଓ ଅଟେ ଡ୍ରାଇଭର ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ଆମକୁ ଭେଟିବାକୁ ଆସିଲେ ଏଥିପାଇଁ ଆମେ ବହୁତ ଖୁସି । ସେ ଆମକୁ ଆଶ୍ବସନା ଦେଇଛନ୍ତି କି ଯାହା ଆମର ସମସ୍ୟା ରହିଛି ସେସବୁ ସେ ସରକାରଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି କୁଲି ଓ ଅଟୋ ଡ୍ରାଇଭର ।
କଂଗ୍ରେସ ତା’ର ସୋସିଆଲ ମିଡିଆ ପ୍ଲାଟର୍ଫମ ‘X’ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି କି ରାହୁଲ ଗାନ୍ଧୀ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଲୱ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି । ବିଗତ ଦିନରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରେଲୱ ଷ୍ଟେସନର କୁଲି ସାଥୀ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ରାହୁଲ ଗାନ୍ଧୀ ଆଜି ସେମାନଙ୍କ ଅନୁରୋଧ ରକ୍ଷା କରି ଭେଟିବାକୁ ଆସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)