Unknown Person Secretly Clicked Photos Of Two Union Ministers
ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? ଏହା ପଛରେ କିଏ ଅଛି ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ? ସୋହେଲାରେ ଜଣେ ବିଜେପି କର୍ମୀଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଭୋଜନ କରିବା ସମୟରେ ସେମାନଙ୍କର ଫଟୋ ଉଠାକୁ ନେଇ ଏହି ସବୁ ପ୍ରଶ୍ନ ଉଙ୍କି ମାରିଛି।
ଅଧିକ ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି
ଭୋଜନ ସମୟରେ ସାଂସଦ ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହି ସମୟରେ ଜଣେ ଅପରିଚିତ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ଉଦ୍ୟମ କରିବାରୁ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ସହ ପରିଚୟ ପଚାରିଥିଲେ। ବ୍ୟକ୍ତି ଜଣକ ନିଜକୁ ଜିଲ୍ଲା ଗୁଇନ୍ଦା ବ୍ୟୁରୋ ଅଧିକାରୀ ଏବଂ ଘର ବଲାଙ୍ଗିର ବୋଲି କହିଥିଲେ। ସନ୍ଦେହ ହେବାରୁ ଅଧିକ ପଚରାଉଚରା କରିବା ବେଳେ ସେ ଦୌଡ଼ି ପଳାଇଥିଲେ।
ଏହି ସମୟରେ ତାଙ୍କର ଆଇଡି କାର୍ଡ ଓ ମୋବାଇଲ ଖସି ପଡ଼ିଥିଲା। ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ASI ଭୋଜରାଜ ଦାସ ବୋଲି ଲେଖାଯାଇଛି। ଏହି ଘଟଣାକୁ ନେଇ ପଦ୍ମପୁର ଟାଉନ୍ ଥାନାରେ ବିଜେପି ନେତା ଅଭିଯୋଗ କରିବା ସହ ସେ କିଏ ଓ କାହିଁକି ଫଟୋ ଉଠାଉଥିଲେ, ଏନେଇ ଦଳ ପ୍ରଶ୍ନ ଉଠାଇଛି। ବିଜେପି ପକ୍ଷରୁ ଥାନା ଘେରାଉ ମଧ୍ୟ କରାଯାଇଥିଲା। ଘଟଣାକୁ ନେଇ ପଦ୍ମପୁର SDPO ବିଭୂତି ଭୋଇ କହିଛନ୍ତି, ପଦ୍ମପୁର ଟାଉନ୍ ଥାନାରେ ଏତଲାକୁ ପଞ୍ଜୀକୃତ କରାଯାଇଛି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669602679.jpg)