Advertisment

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ: ୪୧୯ କିଲୋମିଟର ଜନ ଆଶୀର୍ବାଦ ଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଛନ୍ତି। ବାଟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଗନ୍ନାଥ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ।

ଅଦ୍ୟତନ ହୋଇଛି
ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ: ୪୧୯ କିଲୋମିଟର ଜନ ଆଶୀର୍ବାଦ ଯାତ୍ରାରେ ହେବେ ସାମିଲ

Jan Ashirwad Yatra

Advertisment

ଭୁବନେଶ୍ୱର: ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବାକୁ ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି ଜନତାଙ୍କୁ ଅବଗତ କରାଇବେ ଦୁଇ ମନ୍ତ୍ରୀ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଛନ୍ତି। ବାଟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଗନ୍ନାଥ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ।

Advertisment

୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସ୍ଥାନରେ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ। ସେହିପରି ଆଜି ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ। ୨୦ ତାରିଖରେ କୋରାପୁଟରେ ରହଣୀ ପରେ ୨୧ରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି ଓ ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ।

Advertisment

୨୨ରେ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି। ଉଭୟ ମନ୍ତ୍ରୀ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ କାର୍ଯ୍ୟକ୍ରମରେ ସାମିଲ ହେବା ସହ ୭ ଜିଲ୍ଲାର ୬ ଲୋକସଭା ନିର୍ବାଚନମଣ୍ଡଳୀ ବୁଲିବାର ସୂଚନା ରହିଛି। ଦଳ ପକ୍ଷରୁ ଦେଶବ୍ୟାପୀ ୧୪୨ ଦିନ ଧରି ଜନଆଶୀର୍ବାଦ ଯାତ୍ରା ଚାଲିବ। 

Odisha News Bhubaneswar Dharmendra Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ