Advertisment

ପ୍ରତି ମାସରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ: ବୈଜୟନ୍ତ

ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।

ଅଦ୍ୟତନ ହୋଇଛି
BJP Vice President Jay Panda

BJP Vice President Jay Panda

Advertisment

ବିଜେପି ସାଙ୍ଗଠନିକ ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଆଜି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ତିନିମୁହାଣୀ ଠାରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେଠାରୁ ଏକ ବିରାଟ ପଟୁଆରରେ ଜଜାଙ୍ଗ ସର୍କିଟ ହାଉସକୁ ତାଙ୍କୁ ନିଆଯାଇଥିଲା। ସେଠାରେ ଦଳୀୟ ସାଙ୍ଗଠନିକ ବିଷୟରେ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରସରକାର ଶାସନ କ୍ଷମତା ଆସିବା ପରେ ଗରିବ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନା ସମ୍ପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଗସ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟଉନ୍ନୟନ, ହିତାଧିକାରୀ ତାଲିକା, ବଞ୍ଚିତ ହିତାଧିକାରୀ ସମ୍ପର୍କରେ ଅବଗତ ହେବା ସହିତ ଆଗାମୀ ଦିନରେ ଉକ୍ତ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଶାସନିକ ଅଧିକାରୀ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ପ୍ରଭାରୀ ଯତୀନ ମହାନ୍ତି, ଅଲେଖ ଜେନା, ଦୋଳଗୋବିନ୍ଦ ନାୟକ, ଭୁବନ ମୋହନ ଜେନା, ବିଷ୍ଣୁ ଦାସ ଓ ମାନସ ମହାନ୍ତିଙ୍କ ସମେତ ପ୍ରମୁଖ ନେତା ଓ କର୍ମୀ ଯୋଗଦେଇଛନ୍ତି।

Advertisment

ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଅଧିକ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କହିଛନ୍ତି- ଏଣିକି ପ୍ରତି ମାସରେ ଓଡ଼ିଶା ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ। ପ୍ରତି ମାସରେ ୨ଦିନିଆ ଗସ୍ତରେ ଆସି ବିଜେପି ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା କରିବା ସହ ମାର୍ଗଦର୍ଶନ କରିବେ, ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।

BJP Baijayant Panda Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ