Advertisment

ବେଙ୍ଗଲ BJPରେ ଫାଟ ! ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଛାଡ଼ିଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬ ହେଭିୱେଟ୍

ରାଜ୍ୟ ପାର୍ଟି କମିଟିରେ ୫ ବିଜେପି ବିଧାୟକଙ୍କୁ ରଖାଯାଇ ନଥିବାରୁ ଅସନ୍ତୋଷ ଜାହିର କରି ମଙ୍ଗଳବାର ବିଜେପି ଏମଏଲଏ ହ୍ୱାଟ୍ସଆପ୍ ଗ୍ରୁପରୁ ସେମାନେ ବାହାରିଯାଇଛନ୍ତି।

ଅଦ୍ୟତନ ହୋଇଛି
Shantanu Thakur

Shantanu Thakur

Advertisment

ପଶ୍ଚିମବଙ୍ଗ ବିଜେପିରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ରାଜ୍ୟ ବିଜେପିର ସମସ୍ତ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ବାହାରିଗଲେ କେନ୍ଦ୍ରମନ୍ତ୍ରୀ। କେବଳ ମନ୍ତ୍ରୀ ନୁହଁନ୍ତି ବରଂ ୫ ବିଜେପି ବିଧାୟକ ମଧ୍ୟ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ବାହାରି ଯାଇଛନ୍ତି। ପଶ୍ଚିମବଙ୍ଗର ବିଜେପି ସାଂସଦ ତଥା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ବିଭାଗର ମନ୍ତ୍ରୀ ଶାନ୍ତନୁ ଠାକୁର ରାଜ୍ୟ ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷୁବ୍ଧ ହୋଇ ସେ ବିଜେପି ରାଜ୍ୟଶାଖାର ସମସ୍ତ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ବାହାରିବା ପରେ ସେ ବିଜେପି ଛାଡୁଥିବା ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ସେ ଏନେଇ କିଛି ମତାମତ ରଖି ନଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପରୁ  ବହୁତ କିଛି ଦର୍ଶାଉଛି ।

Advertisment

ନିକଟରେ ପଶ୍ଚିମବଙ୍ଗରେ ରାଜ୍ୟ ବିଜେପିରେ ହୋଇଥିବା ସାଂଗଠନିକ ଅଦଳବଦଳକୁ ନେଇ ଶାନ୍ତନୁ ଅସନ୍ତୁଷ୍ଟ ଅଛନ୍ତି । ସୂଚନା ଅନୁସାରେ, ମତୁଆ ସଂପ୍ରଦାୟ ନେତାଙ୍କୁ ବିଜେପି ଅଣଦେଖା କରିଆସୁଥିବା ନେଇ ଶାନ୍ତନୁ କ୍ଷୁବ୍ଧ ହୋଇଛନ୍ତି। ନିକଟରେ ରାଜ୍ୟ ବିଜେପିରେ ଯେଉଁ ଅଦଳବଦଳ କରାଯାଇଥିଲା, ସେଥିରେ ସାଂସଦ ସୁକାନ୍ତ ମଜୁମଦାର ସାଂସଦ ଦିଲ୍ଲୀପ ଘୋଷଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। କିନ୍ତୁ ମତୁଆ ସଂପ୍ରଦାୟର ବରିଷ୍ଠ ନେତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିନଥିଲା। 

ବିଜେପି ରାଜ୍ୟ କମିଟିରେ ୫ ବିଜେପି ବିଧାୟକଙ୍କୁ ରଖାଯାଇ ନଥିବାରୁ ସେମାନେ ବି ଅସନ୍ତୋଷ ଜାହିର କରିଛନ୍ତି ।  ମଙ୍ଗଳବାର ବିଜେପି ଏମଏଲଏ ହ୍ୱାଟ୍ସଆପ୍ ଗ୍ରୁପରୁ ସେମାନେ ବାହାରିଯାଇଛନ୍ତି। ସେହି ୫ ବିଧାୟକ ହେଲେ- ମୁକ୍ତମଣି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରୟ, ଅଶୋକ କିର୍ତ୍ତନିଆ ଓ ଅସୀମ ସରକାର। ସେମାନେ ବନଗାଁଓରେ ଥିବା ଶାନ୍ତନୁଙ୍କ ବାସଭବନରେ ତାଙ୍କୁ ଭେଟିଥିଲେ। ହେଲେ ଏପର୍ଯ୍ୟନ୍ତ କେହି ଦଳ ଛାଡିନାହାନ୍ତି। କିନ୍ତୁ ମତୁଆ ସଂପ୍ରଦାୟର ନେତାଙ୍କୁ ଦଳରେ ଗୁରୁତ୍ୱ ଦିଆଯିବା ପାଇଁ ଦାବି କରିଛନ୍ତି। 

Advertisment

ତେବେ ପଶ୍ଚିମବଙ୍ଗରେ ବିଜେପି ସାଂସଦ ବିଧାୟକମାନେ ଅସନ୍ତୋଷ ଜାହିର କରିବା, ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ CAA ଆଇନ୍ ଲାଗୁ କରିବା ବିଳମ୍ବ ହେବାରୁ  ଶାନ୍ତନୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ମତୁଆ ସମ୍ପ୍ରଦାୟର ଜଣେ ଆଗଧାଡିର ନେତା। ସେ ଗତ ଥର ଅସନ୍ତୁଷ୍ଟ ହେବାରୁ ଦିଲ୍ଲୀରୁ ଯାଇ ବରିଷ୍ଠ ବିଜେପି ନେତା ତାଙ୍କୁ ମନାିଥିଲେ ।  ଶାନ୍ତନୁଙ୍କୁ  କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିଥିଲା । ତେବେ ୫ MLA ରାଜ୍ୟ ବିଜେପି ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି।  ମତୁଆ ସଂପ୍ରଦାୟର ନେତାଙ୍କୁ ଗୁରୁତ୍ୱ ଦିଆନଗଲେ, ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି।

West Bengal BJP Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ