Advertisment

Minister Nitin Gadkari in Odisha: ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ; ଭେଟିଦେବେ ୪ହଜାର କୋଟିର ପ୍ରକଳ୍ପ

ପ୍ରକଳ୍ପ ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି। ତେଣୁ ଗଡ଼କରୀ ପାଖାପାଖି ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି।

ଅଦ୍ୟତନ ହୋଇଛି
nitin gadkari

nitin gadkari

Advertisment

ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ। ଆଜି ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ୪ ହଜାର ୧୭୩ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଯାହା ଭିତରେ ରହିଛି ୧୭ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ୨ଟିର ଲୋକାର୍ପଣ।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ,୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

୮୪୧ କୋଟି ଟଙ୍କାରେ ୪୪ କିମି ବିଶିଷ୍ଟ ୨ଟି ଜାତୀୟ ରାଜପଥର ଉଦଘାଟନ କରିବେ ଗଡକରୀ। ସେହିପରି ୧୪୪ କୋଟି ବ୍ୟୟରେ ଟିଟିଲାଗଡ ଏନଏଚ୍-୫୯ରେ ବାଇପାସ୍ ରୋଡ, ୧୭୨ କୋଟି ବ୍ୟୟରେ ଧର୍ମଗଡଠାରେ ଏନଏଚ-୧୩୦ରେ ବାଇପାସ, ୪୨୬ କୋଟି ବ୍ୟୟରେ ୪ଟି ହାଇଲେବୁଲ୍ ବ୍ରିଜର ଭିତ୍ତିସ୍ଥାପନ କରିବେ। ୨୭୩ କୋଟି ବ୍ୟୟରେ ବରଗଡ-ଝାରସୁଗୁଡା ରାସ୍ତାରେ ମହାନଦୀ ଉପରେ ହେବ ହାଇଲେବୁଲ୍ ବ୍ରିଜ।

Advertisment

ପ୍ରକଳ୍ପ ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି। ତେଣୁ ଗଡ଼କରୀ ପାଖାପାଖି ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି। ଦିନିକିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପ୍ରଥମେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମହତାବ ଜୟନ୍ତୀରେ ଯୋଗଦେବେ। ପରେ ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ସମୀକ୍ଷା କରିବେ।

ଅଧିକ ପଢ଼ନ୍ତୁ: ନୀତିନ ଗଡକରୀଙ୍କୁ ଭାରିପଡିଲା ଚ୍ୟାଲେଞ୍ଜ; ସାଂସଦଙ୍କୁ ଦେବେ ୧୫,୦୦୦ କୋଟି ଟଙ୍କା

Advertisment
BJP Nitin Gadkari Union Min Nitin Gadkari Nitin Gadkari In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ