Advertisment

ଓଡ଼ିଶାରେ ଏବେ ମାତିଛନ୍ତି ମାହଲମାଣ୍ଡା; ଧର୍ମେନ୍ଦ୍ର

ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର ।

ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

Advertisment

ରାଜ୍ୟରେ ଶିକ୍ଷକ ନିଯୁକ୍ତିକୁ ନେଇ ପୁଣି ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନବୀନ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ଏବେ ମାହଲମାଣ୍ଡାମାନେ ମାତିଛନ୍ତି । ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଏ ମାହଲମାଣ୍ଡା କେଉଁଠୁ ଆସିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

Advertisment

ଖାଲି ସେତିକି ଯେ ତାହାନୁହେଁ, ଇଷ୍ଟଇଣ୍ଡିଆ କଂପାନୀ ପ୍ରତିନିଧିମାନେ ଏହାର କାର୍ପଟଦାର ସାଜିଛନ୍ତି । ଆଜି ଓଡ଼ିଶାରେ ଏହି ମାହଲମାଣ୍ଡାମାନେ ମାତିଛନ୍ତି । ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର ।

ପରୋକ୍ଷରେ ନୁହେଁ ବରଂ ସିଧା ନବୀନ ସରକାରଙ୍କୁ ନିଶାନା କରି ଧର୍ମେନ୍ଦ୍ର କହିଛନ୍ତି, ଏଠିକା ସରକାରଙ୍କୁ ସେବା ନୁହେଁ ଭୋଟ ଦରକାର । ଏ ସରକାରକୁ ବଦଳାଇବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

Advertisment

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ଇ-ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା ଏବଂ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ ରହିଥିଲା । ଏଭଳି ଅଜବ ନାଁକୁ ନେଇ ଓଡ଼ିଶା ଜୁନିଅର ଟିଚର ଆଶାୟୀ ଖପ୍ପା ହୋଇଥିଲେ । କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ଜୁନିଅର ଟିଚର- ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ ଏପରି ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ । ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଥିଲେ ଆଶାୟୀ । ଗତ ୧୮ ତାରିଖରେ ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଥିଲେ ।

Advertisment

କେବଳ ଏତିକି ନୁହେଁ, ୟୁଟ୍ୟୁବରେ ଭାଇରାଲ୍ ଭିଡିଓ ମାହାଲ ମାଣ୍ଡା ଏଠି ଜଣେ ପରୀକ୍ଷାର୍ଥୀଙ୍କ ନାଁ ଥିବା ଏବଂ ପକ୍ଷୀର ଫଟୋ ଥିବା ଆଡମିଟ କାର୍ଡ ଦେଖାଇ ସେମାନେ ଅଭିଯୋଗ କରିଥିଲେ ଯେ, ଏଭଳି ବହୁ ଫେକ୍ ପରୀକ୍ଷାର୍ଥୀଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ ପାଇଛି ।

Dharmendra Pradhan Union Minister Odisha Govt Teacher Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ