Dharmendra Pradhan
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା । ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାନା କଲେ ଧର୍ମେନ୍ଦ୍ର ପ୍ରଧାନ । NCRB ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ । ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡ଼ିଶା ରହିଛି । ମମିତା ମେହେର ହତ୍ୟାକାଣ୍ଡର କୌଣସି ଉତ୍ତର ମିଳିଲା ନାହିଁ । ଆପଣଙ୍କ ବଡ଼ପଣ୍ଡାମାନେ ମାରି ପୋତିଦେଲେ, ଅଭିଯୁକ୍ତର ଜେଲରେ ମୃତ୍ୟୁ ଘଟିଲା । ଭଟ୍ଟଲି ଅଞ୍ଚଳରେ ଥାନାରେ ପଶି ପୋଲିସକୁ ମାଡ଼ ହେଲା । ଏହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ଧର୍ମେନ୍ଦ୍ର ।
ଏସବୁ ସତ୍ତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଜବାବ ଦେବେ । ପ୍ରଜାତନ୍ତ୍ରରେ ଲୋକେ ଅହଂକାରକୁ ବରଦାସ୍ତ କରିବେ ନାହିଁ । ଭଡ଼ାଟିଆ ଇଷ୍ଟଇଣ୍ଡିଆ କଂପାନୀ ପ୍ରତିନିଧିଙ୍କଠାରୁ ମୋର ସାର୍ଟିଫିକେଟ ଦରକାର ନାହିଁ । ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଛୁଇଁ କହନ୍ତୁ ହିଂଜିଳିରୁ କେହି ଦାଦନ ଯାଇନାହାନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705396604.jpg)