Advertisment

ମମିତାଙ୍କ ପରିବାର ଉପରେ ଚାପ ପକାଇ ମାମଲା କରାଯାଇଛି: ଧର୍ମେନ୍ଦ୍ର

ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

Mamita Murder Case

Mamita Murder Case

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମମିତା ମାମଲାରେ ନୈତିକତା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ନୈତିକତା ଚାପରେ ଶାସ୍ତ୍ରୀ, ଆଡ଼ଭାନି ଇସ୍ତଫା ଦେଇଛନ୍ତି। ଆଗରୁ ବି ରାଜ୍ୟରେ ଅନେକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦା କରିଛନ୍ତି। ହେଲେ ଆଜି ସେ ନୈତିକତା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଏତଲାଟିଏ ରୁଜୁ କରିବା ଲାଗି ପୀଡ଼ିତାଙ୍କ ବାପା ମାଆ ଥାନା ଥାନା ବୁଲିଲେ।

Advertisment

ଏହାସତ୍ତ୍ୱେ ପୀଡ଼ିତାଙ୍କ ବାପା ମାଆଙ୍କର ୧୬୪ ବୟାନ ରେକର୍ଡ ମଧ୍ୟ କରାଗଲାନି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ ମାମଲା କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। 

ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। କାହାରି ଅହଂକାର ବେଶିଦିନ ତିଷ୍ଠି ରହିନି ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Advertisment
Dharmendra Pradhan High Court CMO Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ