Advertisment

ବିରୋଧୀଙ୍କୁ ଚୁପ୍‌ କରିବାକୁ, ବିଜେଡିର ଅଣ୍ଡା-ଢେଲା ମାଡ଼ ଷ୍ଟ୍ରାଟେଜୀ !

ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ ।

Odisha Politics, BJP-BJD

Odisha Politics, BJP-BJD

Advertisment

ରାଜ୍ୟରେ ଅସୁରକ୍ଷିତ କି ବିରୋଧୀ ଦଳର ବିଧାୟକ ଓ ସାଂସଦ ? ଗର୍ଜନ କରୁଥିବା ନେତାଙ୍କୁ ଚେକ୍ ଦେବାକୁ ବିଜେଡି କରିଛି କି ନୂଆ ଷ୍ଟ୍ରାଟେଜି ? ଯିଏ ବେଶି କହିଲା ତାକୁ ଅଣ୍ଡା ଆଉ ଢେଲା ମାଡ଼ର ଯୋଜନା ହୋଇଛି କି ?

Advertisment

ଏସବୁ ପ୍ରଶ୍ନ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରରେ ସବୁଠି ବିରୋଧ କରି ବିଜେଡି କର୍ମୀଙ୍କ ନାରାବାଜି । ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତାଙ୍କ ନିର୍ବାଚନ ମଣ୍ଡଳୀକୁ ପୂରାଇ ନଦେଇ ତାଙ୍କ ଗାଡ଼ି ଉପରେ ତାଣ୍ଡବ କରିବା ଚିତ୍ର ବି ସାମ୍ନାକୁ ଆସିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲା ପ୍ରଶାସନ, ପୋଲିସ୍ ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ସତ୍ତ୍ୱେ ପ୍ରବଳ ବିରୋଧ କରୁଛନ୍ତି ବିଜେଡି କର୍ମୀ।

ଏମିତିକି ଗତକାଲି ଜୟଦେବ ନିର୍ବାଚନ ମଣ୍ଡଳୀରେ ମିଶନ ଶକ୍ତି ମହିଳାମାନେ ହାତରେ ଟେକା ପଥର, ଅଣ୍ଡା ଧରି ତାଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିବାର ଫଟୋ ପ୍ରମାଣ ଦେଖାଇଛନ୍ତି ଅପରାଜିତା। ସେ ନିଜେ ଜଣେ ମହିଳା ସାଂସଦ ଭାବେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ନହୋଇ ରାଜଧର୍ମ ପାଳନ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଅପରାଜିତା। ଜମି ଦୁର୍ନୀତି କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଅପରାଜିତା କହିଛନ୍ତି।

Advertisment

ସେପଟେ ଅପରାଜିତାଙ୍କ ସପକ୍ଷରେ ବାହାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାଂସଦଙ୍କୁ ପ୍ରାୟୋଜିତ ବିରୋଧ କରି ଅପମାନିତ କରିବା ଜଘନ୍ୟ କଥା। ସେପଟେ ମହିଳାମାନଙ୍କୁ ଗୁଣ୍ଡା ଆଖ୍ୟା ଦେଇଥିବାରୁ ଅପରାଜିତା କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।

ସେପଟେ ରାଜ୍ୟରେ ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବା ଅଭିଯୋଗ ଆଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରକାରୀ ଅଧିକାରୀମାନେ ହାତବାରିସି ହୋଇ ସାମ୍ବିଧାନିକ ଅବ୍ୟସ୍ଥାକୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବା ସହିତ ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ୍ ଚାଲିଥିବା କହିଛନ୍ତି। ଏହା ବି କହିଛନ୍ତି, ଏବେ ଚାଲିଥିବା ଶାସନ ବ୍ୟବସ୍ଥା ନବୀନଙ୍କ ସ୍ୱଭାବ ବିରୋଧୀ । ସେପଟେ ବିଜେଡି ତରଫରୁ ଜବାବ ରଖି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେଡି ହିଂସାରେ ବିଶ୍ବାସ କରେ ନାହିଁ। ପୂର୍ବରୁ ନିଜ ଦଳର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବି ଦଳ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି କହିଛନ୍ତି ସସ୍ମିତ। ସେପଟେ ଶଶିକଳା ସିଣ୍ଡ୍ରମ କଥାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

Advertisment

ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ହିଂସାତ୍ମକ ଆକ୍ରମଣ ଓଡ଼ିଶା ରାଜନୀତିରେ ନୂଆ ନୁହେଁ, ତେବେ ଏବେକାର ପୃଷ୍ଠଭୂମୀରେ ଏସବୁ ଘଟଣାକ୍ରମକୁ ନେଇ ବିଜେପି-ବିଜେଡି ମହାଁମୁହିଁ ହେବା ଆଗକୁ ନୂଆ ରାଜନୈତିକ ମୋଡ଼ ଆଣିବ କି ।

ସେପଟେ ଗତକାଲିର ଘଟଣା ପରେ ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ପୋଲିସ ସୁରକ୍ଷା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର। ସେ କହିଛନ୍ତି ସାଂସଦଙ୍କ ସହ ଡିସିପି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଆଗକୁ ସାଂସଦ ତାଙ୍କ ଗସ୍ତସୂଚୀ ସମ୍ପର୍କରେ ପୋଲିସକୁ ଜଣାଇଲେ, ପୋଲିସ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ