Advertisment

'ରାଜ୍ୟରେ କଳାପାହାଡ଼ଙ୍କ ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଶାସନ ନାହିଁ'

ପ୍ରଚାର ସରିବାର ଦିନକ ପୂର୍ବରୁ ନିର୍ବାଚନୀ ସଭା ଓ ରୋଡ୍ ସୋ କରି ଆଜି ଏଭଳି ଅଭିଯୋଗ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Union Minister Dharmendra Pradhan

Union Minister Dharmendra Pradhan

Advertisment

କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍...ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ତିନି ଦଳର ଘମାଘୋଟ କ୍ୟାଂପେନ୍ ଭିତରେ ଆଜି କୋଲାବିରା
ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ନବ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସମ୍ବଲପୁର ହିଂସା, ଦଳିତ-ଆଦିବାସୀ, ପଛୁଆବର୍ଗ ସର୍ଭେ ନାଁରେ
ଷଡ଼ଯନ୍ତ୍ର ଭଳି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିବା ସହ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ୍ ବରଗଡ଼ର ଭଟଲିରେ ଲୁଚିବା ଏବଂ ବିଜେଡି ନେତାଙ୍କ ସହ ରାଜା ଖାନର ଲିଙ୍କକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର। କେବଳ ସେତିକି ନୁହେଁ, ସରକାରର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନଥିବା କହି ନବୀନଙ୍କୁ ବି ନିଶାନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଓ ବିଧାୟକମାନେ ଭେଟି ପାରୁ ନଥିବା ବେଳେ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ମଧ୍ୟ ତାଙ୍କ ସହ ଆଲୋଚନା କରିବାର ସୁଯୋଗ ପାଉ ନଥିବାର ଅଭିଯୋଗ କରିଛନ୍ତି। କଳାପାହାଡ଼ ମାନେ ରାଜ୍ୟ ସରକାରକୁ ଚଳାଉଥିବା କହିଛନ୍ତି ଧର୍ମେନ୍ଦ୍ର। ସେହିପରି ରାଜ୍ୟ ସଭାପତି
ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଗାଦି ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି।

Advertisment

ଏପଟେ ପ୍ରଚାରକୁ ଆଉ ମାତ୍ର ଦିନଟିଏ ଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି ଅପରାହ୍ଣରେ ମୈଦାନକୁ ଓହ୍ଲାଇଥିଲେ ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସହରର ଅମଲିପାଲିରେ ସାଧାରଣ ସଭା କରି ନବୀନ ଦିବଙ୍ଗତ ନେତା ନବ ଦାସଙ୍କୁ ମନେ ପକାଇବା ସହ ମହିଳା ପ୍ରାର୍ଥୀଙ୍କୁ ଅପମାନିତ କରାଯାଉଥିବା କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି।

କଂଗ୍ରେସ ବି ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡ଼ଡାରେ ପ୍ରେସମିଟ୍ କରି ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି ଦଳ। ଆସନ୍ତାକାଲି ସଂଧ୍ୟାରୁ ସରୁଛି ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର। ଏହାପରେ ୧୦ରେ ଭୋଟ୍ ଓ ୧୩ରେ ଆସିବ ଫଳାଫଳ।

Advertisment
Dharmendra Pradhan Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ