Advertisment

ଆରମ୍ଭ ହେଲା ଟ୍ୱିଟ୍‌ ୱାର ! ଧମେନ୍ଦ୍ରଙ୍କୁ ବବିଙ୍କ କାଉଣ୍ଟର ପରେ ଡିଫେଣ୍ଡ କଲେ ପୃଥ୍ୱୀରାଜ

ଧର୍ମେନ୍ଦ୍ରଙ୍କ କୋର୍ଟରୁ ପ୍ରଣବଙ୍କୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ ରାଜ୍ୟର ଆଇନ୍‌ଶୃଙ୍ଖଳାକୁ ନେଇ ପ୍ରଣବଙ୍କୁ କାଉଣ୍ଟର କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଡିଫେଣ୍ଡ କରିଛନ୍ତି ।

ଅଦ୍ୟତନ ହୋଇଛି
Tweet War

Tweet War

Advertisment

ଗୋଟିଏ ପଟେ ରାଜ୍ୟରେ ପୌର ନିର୍ବାଚନ ନେଇ ରାଜନୀତି ସରଗରମ ଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଛି ବିଜେଡି-ବିଜେପି ଟ୍ୱିଟ୍ ୱାର । ଧର୍ମେନ୍ଦ୍ରଙ୍କ କୋର୍ଟରୁ ପ୍ରଣବଙ୍କୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ ରାଜ୍ୟର ଆଇନ୍‌ଶୃଙ୍ଖଳାକୁ ନେଇ ପ୍ରଣବଙ୍କୁ କାଉଣ୍ଟର କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଡିଫେଣ୍ଡ ମଧ୍ୟ କରିଛନ୍ତି ।

Advertisment

ଯାଜପୁର ବିଧାୟକ ତଥା ପାୱାର କରିଡରର ମୁଖ୍ୟ କୁହାଯାଉଥିବା ପ୍ରଣବ ପ୍ରକାଶଙ୍କୁ ଟାର୍ଗେଟ୍‌ କରି ପୃଥ୍ୱୀରାଜ ଟ୍ୱିଟ୍‌ କରିଛନ୍ତି, ଯେ ‘ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ଭାଇ ଦିଲ୍ଲୀରେ ଥାଇ ବି ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି । ଏହାସହ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପରେ ମତ ରଖିଥାନ୍ତି । କିନ୍ତୁ ତୁମ ନେତା ନବୀନ ପଟ୍ଟନାୟକ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ରହି ମଧ୍ୟ ସବୁ କଥାରେ ଚୁପ୍‌ । ସବୁ ଜାଣି ବି ମୁହଁ ନ ଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି ନବୀନ ।’

ପୃଥ୍ୱୀରାଜ ଆହୁରି କହିଛନ୍ତି ‘ନବୀନଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳି ସହରରେ ଚାରି ଜଣଙ୍କ ହତ୍ୟା ହେଲା । ଏପର୍ଯ୍ୟନ୍ତ ପୋଲିସର ତଦନ୍ତ କେଉଁଠି  ପହଞ୍ଚିଛି, କେଉଁ ଅବସ୍ଥାରେ ଅଛି ? କେବେ ତଦନ୍ତ ଶେଷ ହେବ ? ତାହା ଏବେ ବି ପ୍ରଶ୍ନବାଚୀ । ଏଥିରୁ ସାରା ଓଡ଼ିଶାର ଆଇଶୃଙ୍ଖଳା କିଭଳି ଥିବ ତାହା ସ୍ପଷ୍ଟ ଅନୁମେୟ ।’

Advertisment

ସେ ପ୍ରଣବଙ୍କୁ ଆକ୍ଷେପ କରି ଅହୁରି କହିଛନ୍ତି, ‘ଓଡ଼ିଶାର ଲୋକ ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ତୁମ ଦଳର ନେତା ଓ ବିଧାୟକ ମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ । ପଶ୍ଚିମବଙ୍ଗରେ ସରକାର ହିଂସାକୁ ଯେଉଁଭଳି ଭାବରେ ପ୍ରଶୟ ଦେଉଛି, ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଉଛି । ତୁମେ ତୁମର ମୁଖିଆଙ୍କୁ ଭଲରେ ବୁଝାଇ ଓଡ଼ିଶାର ଜନସାଧାରଣ ଶାନ୍ତିରେ କେମିତି ରହିପାରିବେ ଓ ନ୍ୟାୟ ପାଇବେ, ତା’ ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା ।’

Advertisment

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଟ୍ୱିଟ୍‌ କରି, ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାବନୀୟ କାଣ୍ଡକୁ ନିନ୍ଦା କରିଥିଲେ । ଏମିତିକି ବିଧାୟକ ଏହା ଆକ୍ରୋଶମୂଳକ ଭାବେ କରିଥିବା ସେ କହିଥିଲେ । ଖାଲି ସେତିକି ନୁହେଁ ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ୱାରା ସ୍ପଷ୍ଟ ପ୍ରସାରିତ ହୋଇଥିବା ବେଳେ ପୋଲିସ ପ୍ରଶାସନ ସେହି ଗାଡ଼ି ନମ୍ବର ବଦଳାଇ ଭିନ୍ନ ଏକ ଗାଡ଼ିର ନମ୍ବର ଏଫଆଇଆରରେ ଉଲ୍ଲେଖ କରିଥିବା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର ।

ସେ କହିଛନ୍ତି ‘ପୋଲିସର ଏହି କାର୍ଯ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ । ଓଡ଼ିଶାର ପୋଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।’

ତେବେ ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ୍‌କୁ ପ୍ରଥମେ କାଉଣ୍ଟର କରିଥିଲେ ବିଜେଡି ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାଶ । ସେ ଧର୍ମେନ୍ଦ୍ର ଟାର୍ଗେଟ କରି କହିଲେ ‘ଭାଇ, ଆପଣଙ୍କୁ ବୋଧେ ଓଡିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି I ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଯେଉଁଥିପାଇଁ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଜାଲିଆତିର ସଂଗୀନ ଦଫା ପୋଲିସ ରୁଜୁ କରିସାରିଛି I ୟୁପି ଓ ବିହାର ଭଳି ରାଜ୍ୟରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ I ଏମିତି ଓଡିଶା ଏବଂ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ I ସବୁ ଘଟଣାରେ ଓଡିଶା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କିନ୍ତୁ ବୋଧେ ଆପଣଙ୍କୁ ଓଡିଶା ବିଜେପି ନେତାମାନେ ଉଚିତ ଭାବରେ ଅବଗତ କରୁନାହାନ୍ତି I’

ଏହା ପରେ ପ୍ରଣବଙ୍କୁ ଟାର୍ଗେଟ କରି ଏବଂ ଧର୍ମେନ୍ଦ୍ରଙ୍କୁ ଡିଫେଣ୍ଡ କରି ପୃଥ୍ୱୀରାଜ କରିଥିଲେ ଟ୍ୱିଟ ।

Dharmendra Pradhan BJD BJP Pranab Prakash Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ