• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁହାଳିଆ ମନ୍ତ୍ରୀଙ୍କ ପାଇଁ ଅକଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାମହିମ୍‌ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀଙ୍କ ପାଇଁ ଶେଷରେ କ୍ଷମା ମାଗିଛି ଦଳ ଟିଏମ୍‌ସି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟକୁ ଦଳ ପକ୍ଷରୁ କଡା ନିନ୍ଦା କରାଯାଇଛି । ଟିଏମ୍‌ସିର ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରି କୁହାଯାଇଛି, ରାଷ୍ଟ୍ରପତିଙ୍କ ପ୍ରତି ତୃଣମୂଳ କଂଗ୍ରେସର ଯଥେଷ୍ଟ ସମ୍ମାନ ରହିଛି । ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ଦଳ ଦୃଢ ଭାବେ ନିନ୍ଦା କରାଯାଉଛି । ଏଭଳି ମନ୍ତବ୍ୟ ସ୍ୱୀକାର ଯୋଗ୍ୟ ନୁହେଁ ବୋଲି ଦଳ ସ୍ପଷ୍ଟ କରୁଛି । ନାରୀ ସଶକ୍ତୀକରଣର ଯୁଗରେ ଏଭଳି ନାରୀବିଦ୍ୱେଷ ମନ୍ତବ୍ୟ ଗ୍ରହଣନୀୟ ନୁହଁ ବୋଲି ଦଳ ପକ୍ଷରୁ ଟୁଇଟ୍ କରାଯାଇଛି ।

ତେବେ ରାଷ୍ଟ୍ରପତିଙ୍କ ପ୍ରତି ଏପରି ମନ୍ତବ୍ୟ ଦେବା ପରେ ଅଖିଳ ଗିରି ବି କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି । ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ସେପରି ମତ ଦେଇଥିବା ସେ ସଫେଇ ଦେଇଛନ୍ତି । କେକ୍ରୋଧାନ୍ୱିତ ହୋଇ ଏପରି କହିଥିବାରୁ ସେ ଅନୁତପ୍ତ ।

ସେପଟେ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଟିଏମସି ନେତା ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ।

ଅନ୍ୟପଟେ ଟିଏମସି ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଅର୍ଜୁନ ମୁଣ୍ଡା ଦାବି କରିଛନ୍ତି । ସେପଟେ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ପଶ୍ଚିମବଂଗରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜୋର ଧରିଛି । ସେମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ କରିଛନ୍ତି ।