Advertisment

ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ: ରାଜ୍ୟସଭାରେ ଧର୍ମେନ୍ଦ୍ର - ସସ୍ମିତ ମୁହାଁମୁହିଁ

ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ।

ଅଦ୍ୟତନ ହୋଇଛି
Odisha Tribal Land Transfer Row

Tribal Land Sale Issue

Advertisment

ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି ସଂପର୍କିତ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ତଥା ପରବର୍ତ୍ତୀ ସମୟରେ ତାହାକୁ ଫେରାଇନିଆଯିବା ପ୍ରସଙ୍ଗ ଉପରେ ପ୍ରବଳ ଯୁକ୍ତି। ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ନେତା ଡ.ସସ୍ମିତ ପାତ୍ର। ଉଚ୍ଚସଦନରେ ଦୁହେଁ ଏହି ପ୍ରସଙ୍ଗ ନେଇ କଥା କଟାକଟି ହୋଇଛନ୍ତି।

Advertisment

ରାଜ୍ୟସଭାରେ ପାରିତ ହୋଇଥିବା ଅନୁସୂଚୀତ ଜାତି ଓ ଜନଜାତି ଆଦେଶ ସଂଶୋଧନ ବିଲ-୨୦୨୪କୁ ନେଇ ହୋଇଥିବା ବିତର୍କରେ ଭାଗ ନେଇ ଏହା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ସଂପର୍କରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲେ।

ପରବର୍ତ୍ତୀ ସମୟରେ ଏହାକୁ ଫେରାଇ ନିଆଯାଇଥିଲା। ବିଳମ୍ବରେ ହେଉ ପଛେ ସରକାରଙ୍କ ଚେତା ପସିଲା। ଏହିଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ।

Advertisment

ଏହାର ଜବାବରେ ପ୍ରତିକ୍ରିୟା ରଖି କହିଥିଲେ, ଜମି ବିକ୍ରି ପାଇଁ କୌଣସି ପ୍ରକାର ପ୍ରସ୍ତାବ ନଥିଲା। ଏହାକୁ କ୍ୟାବିନେଟ ଦ୍ବାରା ରଦ୍ଦ କରିଦିଆଯିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଏଠାରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯାଇ ଦିଲ୍ଲୀରୁ ଚେତାବନୀ ଜାରି କରାଯିବା ଅନୁରୋଧ ସଂଘୀୟ ବ୍ୟବସ୍ଥା ଉପରେ କୁଠାରଘାତ ।

Dharmendra Pradhan Rajya Sabha BJD MP Sasmit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ