Advertisment

ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ପ୍ରତ୍ୟାହୃତ ! କ୍ୟାବିନେଟ ବୈଠକରେ ପ୍ରତ୍ୟାହୃତ ହୋଇଥିବା ସୂଚନା

ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Tribal Land

Tribal Land

Advertisment

ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ପ୍ରତ୍ୟାହୃତ ! କ୍ୟାବିନେଟ ବୈଠକରେ ପ୍ରତ୍ୟାହୃତ ହୋଇଥିବା ସୂଚନା। ଏନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି ସରକାର। ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।

Advertisment

ସୂଚନା ଅନୁସାରେ ଆଦିବାସୀ ଜମି ବିକ୍ରି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବାର ୪୮ ଘଣ୍ଟା ପରେ ରୋକ୍ ଲାଗିଥିଲା । ଆଦିବାସୀ ଜମିଜମା ବିକ୍ରି ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା।

ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନ ଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଏହି ଆଦିବାସୀ ମାରଣ ନୀତି ଲାଗି କଡା ଭାଷାରେ ସମାଲୋଚନା କରିଥିଲେ। ଏହାଦ୍ୱାରା ଆଦିବାସୀଙ୍କ ଜମି ସୁରକ୍ଷିତ ରହିବ ନାହିଁ ବରଂ କମ୍ ଦାମରେ ଅନ୍ୟମାନେ ଜମିକୁ ହଡ଼ପ କରିନେବେ। ଖାଲି ସେତିକି ନୁହେଁ, ଏହି ସମ୍ପ୍ରଦାୟ ଯେ ସମ୍ପୂର୍ଣ୍ଣ ଭୂମିହୀନ ହୋଇଯିବେ ସେ ଆଶଙ୍କାକୁ ବି ଏଡ଼ା ଯାଇନପାରେ। ବିରୋଧୀଙ୍କ ବାରମ୍ୱାର ଆକ୍ରମଣ ପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ୟାବିନେଟର ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଥିଲେ। 

Advertisment

Odisha Cabinet Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ