ପର୍ଯ୍ୟଟନ ମନ୍ତ୍ରୀ ସଫା କଲେ ସ୍କୁଲ ଟଏଲେଟ୍

ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l

Minister Jyoti Prakash Panigrahi

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଖଇରା ହାଇସ୍କୁଲରେ ମନ୍ତ୍ରୀ ସଫେଇ କଲେ ଟଏଲେଟ l ଆଜି ଅଚାନକ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୫ଟି ସ୍କୁଲ ଭିତରକୁ ପଶିଯାଇଥିଲେ l ପରେ ମନ୍ତ୍ରୀ ନିଜେ ଟଏଲେଟ ଯିବା ବେଳେ ଏହା ଅପରିଷ୍କାର ଥିବା ଦେଖିବାକୁ ପାଇଥିଲେ l ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l କିନ୍ତୁ ଏବେ ତାହା ଅପରିଷ୍କାର ହୋଇଥିବାରୁ ମନ୍ତ୍ରୀ ନିଜେ ପରିଷ୍କାର କରିବା ସହିତ ଖଇରା ବିଡ଼ିଓଙ୍କୁ ଏ ବାବଦରେ ତାଗିଦ କରିଥିଲେ l