Advertisment

ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼

ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସର ଜଣେ କର୍ମୀ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Aparajita Sarangi Tomato Hurled

Aparajita Sarangi Tomato Hurled

Advertisment

ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଟମାଟୋ ଫିଙ୍ଗିଲେ ଯୁବକ । ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସର ଜଣେ କର୍ମୀ ବୋଲି ସୂଚନା ମିଳିଛି । 

Advertisment

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଅନେକ ବଧା ବିଘ୍ନକୁ ସାମ୍ନା କରିବା ପରେ ବଡ଼ଦାଣ୍ଡରେ ପହଞ୍ଚିଥିଲେ । ସେଠାରୁ ପଦଯାତ୍ରା କରି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଲେ । ପରେ ଅରୁଣ ସ୍ତମ୍ଭ ନିକଟରେ କିଛି ସମୟ ବସିଥିଲେ ଓ ତାପରେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

ତେବେ ସେଠାରୁ ଫେରିବା ବେଳେ ତାଙ୍କ ଶୋଭାଯାତ୍ରାକୁ ଜଣେ ଯୁବକ ଟମାଟ ଫିଙ୍ଗିଥିଲେ । ଟମାଟୋ ଫିଙ୍ଗିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ହଳଦୀ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଯୁବକ ହାତରେ ଟମାଟୋ ଧରି ଛିଡ଼ା ହୋଇଥିଲେ । ଶୋଭାଯାତ୍ରା ଯାଉଥିବା ବେଳେ ହଠାତ୍‌ ଗୋଟିଏ ଟମାଟୋ ଫିଙ୍ଗିଦେଇ ସେଠାରେ ଦୌଡ଼ି ପଳାଇଥିଲେ ।

Advertisment

ସୂଚନାଯୋଗ୍ୟ, ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କିଛି ବାଟ ଚାଲି ଚାଲି ଯିବା ପରେ, ପ୍ରଶାସନର ଅନୁମତି କ୍ରମେ ଗାଡ଼ିରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମାଳତିପାଟପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଲା। ଗାଡ଼ିରେ ଯାଇ ଅପରାଜିତା ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରା କରିଥିଲେ । ଡାକ୍ତରଖାନା ଛକରୁ ଶହଶହ ସମର୍ଥକଙ୍କ ଗହଣରେ ପଦଯାତ୍ରା ବାହାରିଥିଲା ।

ଏହାସହ ଅପରାଜିତା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ? ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ? କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାଇଁ ଅନୁମତି ଦେଲେ ? ମନ୍ଦିର ଉପରେ ବିମାନ ଉଡ଼ିବା, ପାଖରେ ବଡ଼ ଗାଡ଼ି ଚାଳନା ମନା । ତାହେଲେ ଜେସିବି ଦ୍ୱାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ? କେଉଁଠି T ବା ଟ୍ରାନ୍ସପରେନ୍ସି ଅଛି ବୋଲି ପଚାରିଲେ ଅପରାଜିତା ।

Advertisment
Aparajita Sarangi Tomato Hurled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ