Advertisment

ଚାଷୀଙ୍କୁ ଡରିଗଲେ କି ସରକାର ? କଳବଳ ଲଗାଇ ରାଜଧାନୀ ଭିତରକୁ ପୁରାଇ ଦେଲେନି

ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍‌ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି।

ଅଦ୍ୟତନ ହୋଇଛି
Farmers Protest In Odisha

Thousands Of Farmers Stopped On Way To Bhubaneswar To Protest

Advertisment

ଚାଷୀଙ୍କୁ ଡରିଗଲେ କି ସରକାର ? ଭୁବନେଶ୍ୱର ରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍‌ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହାଟ ପଡ଼ିଆରେ ଚାଷୀଙ୍କୁ ଅଟକାଇ ରଖାଯାଇଛି।

Advertisment

ପ୍ରାୟ ୨୪ଟି ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। କୃଷକ ସଂଗଠନର କହିବା ଅନୁସାରେ, ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନ୍‌ସନ୍‌ ଦାବିରେ ଦୀର୍ଘ ଦିନ ଧରି ଚାଷୀମାନେ ଆନ୍ଦୋଳନ କରି ଆସୁଛନ୍ତି। ୩୬ ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏ ଚାଷୀଙ୍କ ସୁରକ୍ଷା ଭତ୍ତା ବାବଦରେ ବଜଟ୍‌ରେ ବ୍ୟବସ୍ଥା କରିବାକୁ ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି। 

ଏହି ଦାବି ନେଇ ଚାଷୀ ଓ  ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବାବେଳେ ସେମାନଙ୍କୁ ଅଟକା ଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।

Advertisment
Farmers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ