Advertisment

ବାପିଙ୍କୁ ରିପିଟ୍‌ କରିବ କି ବିଜେଡି ? ଦଳରେ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା

୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।

ଅଦ୍ୟତନ ହୋଇଛି
Odisha Politics, Sattara Satranj

Odisha Politics, Sattara Satranj

Advertisment

୨୦୨୪ରେ ଚତୁର୍ଥ ଥର ପାଇଁ ଚାନ୍ଦବାଲିକୁ ଦଖଲ କରିବ କି ବିଜେଡି। ନା ଏଥର ପଦ୍ମ ପୁଟାଇବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭଦ୍ରକ ଜିଲ୍ଲାର ଅନ୍ୟତମ ସମ୍ବେଦନଶୀଳ ଚାନ୍ଦବାଲିରେ ଖୁବ ଜମିବ ଲଢେଇ। କାରଣ ଦୁଇ ଦୁଇ ଥର ବିଧାୟକ ଥିବା ଯୁବ ବିଜେଡି ସଭାପତି ଓ ରାଜ୍ୟ ବିଜେପି ମୁଖିଆଙ୍କ ମଧ୍ୟରେ ଏଠୁ ଟକ୍କର ହେବା ଅନୁମାନ କରାଯାଉଛି । ତେବେ ବ୍ୟୋମକେଶ ଏଥର ତୃତୀୟ ଥର ପାଇଁ ଟିକେଟ୍ ପାଇବେ ନା ବିଜେଡି ନୂଆ ମୁହଁ ଦେଖିବ, ତାକୁ ନେଇ ସସ୍‌ପେନ୍ସ ।

Advertisment

ଭଦ୍ରକ ଜିଲ୍ଲାର ହାଇ ଭୋଲଟେ ଜ୍ ନିର୍ବାଚନମଣ୍ଡଳୀ ଚାନ୍ଦବାଲି । ଏଠୁ ଏବେ ବିଧାୟକ ରାଜ୍ୟ ଯୁବ ବିଜେଡିର ସଭାପତି ବ୍ୟୋମକେଶ ରାୟ। ବିଜେଡିର ଯୁବ ଚେହେରା ବ୍ୟୋମକେଶ ଏଠୁ ଦୁଇ ଦୁଇ ଥର ନିର୍ବାଚିତ ହେଲେଣି । ୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।

ହେଲେ ତାଙ୍କ ପାଇଁ ତୃତୀୟ ଥର ଟିକେଟ୍ ହାସଲ ଟିଏକ କଠିନ ହୋଇପାରେ। ବ୍ୟୋମକେଶଙ୍କ ରାସ୍ତା ଓଗାଳି ପାରନ୍ତି ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ପୁଅ ତଥା ଏ ଅଞ୍ଚଳର ଛାମୁଆ ବିଜେଡି ସଂଗଠକ ଅମିତ ମଲ୍ଲିକ। ସେହିପରି ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଈ ଅଜୟ ନାୟକ ମଧ୍ୟ ଶଂଖଦଳରୁ ପ୍ରବଳ ଦାବିଦାର ଥିବା କୁହାଯାଉଛି।

Advertisment

ଅଜୟ ହେଉଛନ୍ତି, ବିଧାୟକ ବ୍ୟୋମକେଶଙ୍କ ସାନ ମାମୁଁ। ୨୦୧୪ରେ ବ୍ୟୋମକେଶ ବଡ଼ମାମୁଁ ବିଜୟ ନାୟକଙ୍କ ଟିକେଟ୍ ଛଡ଼ାଇ ନେଇଥିବାରୁ ଅଜୟ ଏଥର ବଦଲା ନେବା ଚକ୍କରରେ ରହିଛନ୍ତି। ସେପଟେ ବ୍ୟୋମକେଶ କିନ୍ତୁ ଏଥର ବି ଟିକେଟ୍ ପାଇଁ ଆଶାୟୀ ଥିବା ଏବଂ ହ୍ୟାଟ୍ରିକ୍ କରିବା ଯୋଜନାରେ ଅଛନ୍ତି।

ଗତଥର ପରାଜୟ ସତ୍ତ୍ୱେ ବିଜେଡିର ବ୍ୟୋମକେଶଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ହେଭିୱେଟ୍ ମନମୋହନ ସାମଲ। ମନମୋହନ ଏଠୁ ୨୦୧୪ ଓ୨୦୧୯ରେ ଦୁଇଥର ପ୍ରାର୍ଥୀ ହୋଇଛନ୍ତି। ୨୦୧୪ରେ ତୃତୀୟ ସ୍ଥାନରେ ଥିବା ମନମୋହନ ୨୦୧୯ରେ କିନ୍ତୁ ଦ୍ୱିତୀୟ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ। ଏଠି ତାଙ୍କ କର୍ମୀ ଓ ସମର୍ଥକ ଯୋରସୋର କାମ ବି କରୁଛନ୍ତି।

Advertisment

ତେଣୁ ମନମୋହନ ଏଥର ବି ଚାନ୍ଦବାଲିରୁ ଲଢେଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଏପଟେ ଦଳର ରାଜ୍ୟ ସଭାପତିଙ୍କ ସିଟରୁ କେହି ଦାବିଦାର ନଆସିବା ବି ସ୍ୱାଭାବିକ କଥା। ତେଣୁ ମନମୋହନ ଏଠି ନିର୍ବାଚନ ଲଢ଼ିବା ଏକ ପ୍ରକାର ନିଶ୍ଚିତ।

ଚାନ୍ଦବାଲିରେ ଶାସକ ବିଜେଡି ଭଳି କଂଗ୍ରେସରୁ ମଧ୍ୟ ଏକାଧିକ ଆଶାୟୀ ଲବିରେ ଥିବା ଚର୍ଚ୍ଚା ହେଉଛି। ସେମାନଙ୍କ ଭିତରେ ସବୁଠୁ ଆଗରେ ଅଛନ୍ତି ଦୁଇ ଦୁଇ ଥର କଂଗ୍ରେସ ଟିକଟ ପାଇ ନିର୍ବାଚନ ହାରିଥିବା ଅମୀୟ ମହାପାତ୍ର। ସେହିଭଳି ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ସିଦ୍ଧାନ୍ତ ମହାନ୍ତି, ମନୋଜ ବିଶ୍ବାଳଙ୍କ ନାଁ ମଧ୍ୟ ତାଲିକାରେ ରହିଛି।

Chandbali BJD Sattara Satranj BJP Congress General Elections 2024 Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ