Advertisment

ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି; ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏହିସବୁ ଅତିଥି

ରବିବାର ହେବାକୁ ଥିବା ବହୁ ପ୍ରତୀକ୍ଷିତ ଶପଥ ଗ୍ରହଣ ଉତ୍ସବରେ ବହୁ ଦେଶର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସମେତ ୮ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ସାମିଲ ଥିବା ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ।

ଅଦ୍ୟତନ ହୋଇଛି
PM Modi's Oath Ceremony

PM Modi's Oath Ceremony

Advertisment

ତୃତୀୟଥର ଦେଶରେ ସରକାର ଗଠନ କରିବ ବିଜେପି। ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତି ଭବନରେ ମୋଦି 3.O ସରକାର ଶପଥ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ରବିବାର ହେବାକୁ ଥିବା ବହୁ ପ୍ରତୀକ୍ଷିତ ଶପଥ ଗ୍ରହଣ ଉତ୍ସବରେ ବହୁ ଦେଶର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସମେତ ୮ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ସାମିଲ ଥିବା ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ସମାରୋହରେ ବନ୍ଦେ ଭାରତ ଓ ମେଟ୍ରୋରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ବିକଶିତ ଭାରତ ରାଷ୍ଟ୍ରଦୂତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଅଧିକ ପଢ଼ନ୍ତୁ: କାହା ନାଁରେ ବାଜିବ ମୋହର..କିଏ ଧରିବ ଓଡ଼ିଶା ମଙ୍ଗ..ରେସ୍‌ରେ ଏହି ନେତା..

Advertisment

ଏମାନଙ୍କ ବ୍ୟତୀତ ଦକ୍ଷିଣ ଏସିଆ ଦେଶର ନେତାଙ୍କ ସମେତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନୀଲ ବିକ୍ରମସିଂଘେ ସାମିଲ ହୋଇପାରନ୍ତି। ସେହିପରି ନେପାଳ, ଭୁଟାନ୍, ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ବି ନିମନ୍ତ୍ରଣପତ୍ର ପଠାଯାଇଥିବା ସୂଚନା ମିଳିଛି। ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ହେମା ମାଳିନୀ , କଙ୍ଗନା ରଣାୱତ, ଅରୁଣ ଗୋଭିଲ, ରଜନୀକାନ୍ତ , କରନ ଜୋହର, ଅନିଲକପୁର , ଅନୁପମ ଖେର , ବୋନି କପୁର ଏବଂ ଜିତେନ୍ଦ୍ର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି ।

ତେବେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ , ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ପାଇଁ ରାଷ୍ଟ୍ରପତି ଭବନ ଜୁନ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ମୋଦି ଏନଡିଏ ନେତା ନିର୍ବାଚିତ ହେବା ପରେ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Advertisment

ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ୨୯୪ ସିଟ୍ ହାତେଇଥିବା ବେଳେ ବିଜେପି ଏକାକୀ ଜିତିଛି ୨୪୦ ଆସନ। ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିବା ଏନ୍‌ଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ମୋଦିଙ୍କ ଆଶା ଅନୁଯାୟୀ ଫଳାଫଳ ଆସିନି। ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍‌ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ବପ୍ନକୁ ଧୂଳିସାତ କରିଦେଇଛି।

ଅଧିକ ପଢ଼ନ୍ତୁ: ଦୁର୍ଗ ପତନ ପରେ ବିଜେଡିରେ ଘମାସାନ୍ ! ପାଣ୍ଡିଆନ୍‌ଙ୍କୁ ଦାୟୀ କରି ମୁହଁ ଖୋଲିଲେଣି ବରିଷ୍ଠ

୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ଛୁଇଁପାରି ନାହିଁ। ସେପଟେ ଆଜି ବିରୋଧୀ ଇଣ୍ଡି ମେଣ୍ଟର ବି ବୈଠକ ବସୁଛି। ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ ମେଣ୍ଟ ସହଯୋଗୀ। ଇଣ୍ଡି ମେଣ୍ଟକୁ ମିଳିଛି ୨୩୪ ଆସନ। ଏଥିରୁ କଂଗ୍ରେସ ଏକାକୀ ହାତେଇଛି ୯୯ ଆସନ। ତେବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦି ଏକ ନୂଆ ରେକର୍ଡର ଅଧିକାରୀ ହେବେ । ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ​​ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହରଲାଲ୍‌ ନେହେରୁଙ୍କ ନାମରେ ଥିଲା ।

Oath Taking Ceremony General Election 2024 PM Narendra Modi PM Modi Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ