Advertisment

‘ମୋତେ ମାରିଦେବେ, ମୁଁ ଅସୁରକ୍ଷିତ; ସେଦିନ ସର୍କିଟ୍‌ ହାଉସ୍‌ରେ ଥିଲେ ମୋତେ ମାରି ଦେଇଥାନ୍ତେ’

ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି ।

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ଆଜି ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହ ମୁଲତବି ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । 'ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍‌ । ‘ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ’ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁନି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ମୁଲତବି କରୁଛନ୍ତି । ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ୍‌ ଦିଆଯାଉନାହିଁ’ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Advertisment

ସେହିପରି ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି । ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ । ମୁଁ ଥିବା ସନ୍ଦେହରେ ସର୍କିଟ ହାଉସରେ ଏପରି କରିଥିଲେ। ମୁଁ ସେଦିନ ଥିଲେ ମୋତେ ହତ୍ୟା କରି ଦେଇଥାନ୍ତେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

Advertisment

Odisha News Odisha BJP Odisha Assembly Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ