ନିର୍ବାଚନ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Election violence

News Summary

ନିର୍ବାଚନୀ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

 ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟାୟ ଭୋଟରେ ବ୍ୟାପକ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ ।  ସାରା ରାଜ୍ୟରେ ମଦ ଓ ଟଙ୍କା ବଣ୍ଟା ହେଉଛି । ନିର୍ବାଚନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଗତକାଲି ସାମ୍ବାଦିକଙ୍କୁ ମାଡ଼ ହେଲା ସେ ସମୟରେ ପୋଲିସ୍ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

 ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । 

ବୁଥ୍ ରିଗିଂ, ଗାଁ ଗାଁରେ ବୋମାମାଡ଼ ଏହାର ଉଦାହରଣ । ବିଜେଡି ନେତା ଓ କର୍ମୀ ଏଥିରେ ସଂପୃକ୍ତ ତଥାପି କାହିଁକି ପୋଲିସ୍ ଓ ନିର୍ବାଚନ କମିଶନ ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ । କଂଗ୍ରେସର ଏହି ଅଭିଯୋଗକୁ ନେଇ ବିଜେଡି କିମ୍ବା ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମିଳିପାରିନି ।