Advertisment

ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ  । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି ।

The BJP and the BJD were handed over to the state election commission

The BJP and the BJD were handed over to the state election commission

Advertisment

 ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ  । ଖୋର୍ଦ୍ଧା  ଜିଲ୍ଲାପାଳଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଛି ବିଜେପି ।

Advertisment

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାପାଳ ପଟ୍ଟା ବାଣ୍ଟିଥିବା ଦାବି କରିଛି ଦଳ । ସେହିପରି ବଲାଙ୍ଗିର ବେଲପଡ଼ାରେ ଜଣେ ପ୍ରିଜାଇଡିଂ ଅଫିସର ଭୋଟ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବିଶୃଙ୍ଖଳା ନେଇ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛି ବିଜେଡି । ବିଶୃଙ୍ଖଳା ଫଛରେ ବିଜେପିର ହାତ ଥିବା ଅଭିଯୋଗ କରିବା ସହ ଓଡ଼ିଶାକୁ ୟୁପି ଓ ପଞ୍ଜାବ ମଡେଲରେ ପରିଣତ କରିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେଡି ।

Advertisment
BJP State Election Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ