Advertisment

ନିୟମକୁ ଫୁ’ କରି ଉଡ଼ାଇଦେଲେ; ରାଜନୀତିରେ ସଂମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କ ବଦଳି

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଦ୍ୟତନ ହୋଇଛି
Boudh Teacher Suspended

Teacher Transfer

Advertisment

ଆଗକୁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଜିତିବାକୁ ବିଭିନ୍ନ ଦଳ ନିଜ ନିଜର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହାର ଉଲ୍ଲଂଘନ ହେଲେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ଓ ଅଧିକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ । ତେବେ ଏହାର ଉଲ୍ଲଂଘନ କରିବା ଅଭିଯୋଗରେ ଜଣେ ସରକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଅଧିକାରୀ।

Advertisment

ରାଜନୀତିରେ ସମ୍ପୃକ୍ତି ଅଭିଯୋଗକୁ ନେଇ ଶିକ୍ଷକଙ୍କ ବଦଳି କରାଯାଇଛି। ବୌଦ୍ଧରେ ଆଉ ଜଣେ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କ ବଦଳି ହୋଇଛି।

ଅଧିକ ପଢ଼ନ୍ତୁ: ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା ! ଏବେ ବି ଝୁଲି ରହିଛି ବହୁ ସିନିୟର ଲିଡରଙ୍କ ଭାଗ୍ୟ

Advertisment

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ ହାଇସ୍କୁଲ, କେଲାକଟାକୁ ବଦଳି ସହ ତୁରନ୍ତ ସେଠାରେ ଯୋଗଦେବାକୁ ଆଦେଶ ଦେଇଥିବା ସୂଚନା ମିଳିଛି।

ଗତ ଏପ୍ରିଲ ୧୩ରେ ବୌଦ୍ଧର ଆଉଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଥିଲା। ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଥିଲେ ।

Advertisment
Govt Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ